
ବ୍ରହ୍ମପୁର , ୨୨/୦୨/୨୨ (ଜିଲ୍ଲା ଖବର ) : ଅଦିନିଆ ବର୍ଷା ଦିନ ଠାରୁ ସକାଳ ନଅ ଘଣ୍ଟା ଠାରୁ ଏକ ଘଣ୍ଟା ପର୍ଯ୍ୟନ୍ତ ବ୍ରଜନଗର ରୋଡ଼ ନାଳ ପାଣିରେ ପୂରା ରୋଡ ଭର୍ତ୍ତି ହୋଇଯାଉଛି ।
ଏହି ସମୟରେ କର୍ମଚାରୀ, କର୍ମଯିବି, ସ୍କୁଲ, ଅଫିସ ସମୟ ହୋଇ ଥିବାରୁ ହଜାର ହଜାର ଲୋକ ଶହ ଶହ ଗାଡି ଯିବା ଆସିବା କରିଥାନ୍ତି ।

ବିଗତ ଚାରୀ ଦିନ ହେଲା ନାଳର ପାଣି ରୋଡରେ ପଶି ନିକଟରେ ଥିବା ଦୋକାନ ମାନଙ୍କରେ ପାଣି ପଶିବା ଯୋଗୁଁ ବ୍ୟବସାୟୀ ଘୋର ଅସୁବିଧା ଭୋଗୁଛନ୍ତି ।

ଏହି ରୋଡ଼ର ଗୋଟିଏ ପାଖ ପଞ୍ଚାୟତ ଓ ଆଉ ଗୋଟିଏ ପାଖ BMC ହୋଇ ଥିବାରୁ ମରାମତି ହୋଇ ପାରୁନାହିଁ ବୋଲି ସ୍ଥାନୀୟ ଲୋକ ଓ ବ୍ୟବସାୟୀ ମାନେ ଓ ଅଞ୍ଚଳ ବାସୀ
କହୁଛନ୍ତି ।

ଲୋଚାପଡା ଯିବା ରାସ୍ତାର ବ୍ରଜନଗର ଛକ ନିକଟରେ ନାଳ ପାଣି ନିଷ୍କାସିତ ହୋଇନପାରି ରାସ୍ତା ଉପରେ ଜମି ରହୁଛି l

ଯଦ୍ୱାରା ରାସ୍ତା କଡର ଉଠାଦୋକାନୀ ମାନେ ତଥା ଯାତାୟାତ କରିବାରେ ଯାତ୍ରୀ ମାନେ ବହୁ ହଇରାଣ ହେଉଛନ୍ତି l

ତେଣୁ ବିଭାଗୀୟ କର୍ତ୍ତୁପକ୍ଷ ତୁରନ୍ତ ଏଥିନେଇ ପଦକ୍ଷେପ ଗ୍ରହଣ କରିବାକୁ ଅଞ୍ଚଳବାସୀ ଙ୍କ ପକ୍ଷରୁ ଦାବି କରାଯାଇଛି l


