Home ଆଞ୍ଚଳିକ ବ୍ରହ୍ମପୁର ବିଧାୟକଙ୍କ ମହାନତା ।

ବ୍ରହ୍ମପୁର ବିଧାୟକଙ୍କ ମହାନତା ।

116

ବ୍ରହ୍ମପୁର , ୨୦/୦୨/୨୨ (ଜିଲ୍ଲା ଖବର ) : ବ୍ରହ୍ମପୁର ବିଧାୟକଙ୍କ ମହାନତା | ଆଉ ଏକ ଜୀବନ ବଞ୍ଚାଇବାକୁ ପ୍ରଚେଷ୍ଟା | ଘଟଣା ହେଲା କୋରାପୁଟ ଜିଲ୍ଲାର ଗାୟତ୍ରୀ ଗୌଡ଼ ନାମିକ ୧୯ ବର୍ଷୀୟ ଝିୟର ଯିଏ ପ୍ରାୟ ୬ ମାସ ଧରି ଭୀଷଣ ଯନ୍ତ୍ରଣା ସହିଆସୁଛନ୍ତି | ଶେଷରେ ବ୍ରହ୍ମପୁର ବିଧାୟକଙ୍କ ସାହାଯ୍ୟ ସହଯୋଗ ର ଖବର ପାଇ ତାଙ୍କୁ ଯୋଗାଯୋଗ କରିଥିଲେ | ବିଧାୟକ ତାଙ୍କର ପ୍ରଥମେ ବ୍ରହ୍ମପୁର mkcg ର ଚିକିତ୍ସା ଦାୟିତ୍ୱ ଓଡିଶା ମୋ ପରିବାର mkcg କୋର୍ଡିନେଟର ଗିରିଜା ଶଙ୍କର ଶତପଥୀଙ୍କୁ ଦେଇଥିଲେ |

mkcg ରେ ସମସ୍ତ ପ୍ରାଥମିକ ଚିକିତ୍ସା ଏବଂ ଟେଷ୍ଟ ପରେ ଜାଣିବାକୁ ମିଳିଲା ତାଙ୍କର ଏକ ବଡ ଅସ୍ତ୍ରଉପଚାର (ସ୍ପାଇନ ଏଣ୍ଡ ନୁରୋସର୍ଜରୀ ) ଆବଶ୍ୟକତା ଅଛି | ଏହି ଖବର ପାଇ ପରିବାର ଲୋକେ ଭାଙ୍ଗି ପଡିଥିଲେ କାରଣ ଏହା ବାବଦରେ ଖର୍ଚ ପ୍ରାୟ ୩ ରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହେଇପାରେ ଯାହା ତାଙ୍କ ପାଇଁ ଯୋଗାଡ଼ କରିବା ଅସମ୍ଭବ | ବିଧାୟକ ବିକ୍ରମ ପରିବାର ଲୋକଙ୍କୁ ଧର୍ଯ୍ୟ ଓ ସାହସ ସହ ଆମକୁ ଏହି ପରିସ୍ଥିତି କୁ ସାମ୍ନା କରିବାକୁ ହେବ ବୋଲି ବୁଝାଇବା ସହ ତାଙ୍କର BSKY କାର୍ଡ ଅଛିକି ବୋଲି ପଚାରିଥିଲେ, ପରିବାର ଲୋକ ହଁ ଅଛି ବୋଲି କହିଥିଲେ |

ବିଧାୟକ ଖୁସି ରେ ତେବେ ଆଉ ଚିନ୍ତା ନାହିଁ ବୋଲି କହି ସାଙ୍ଗେ ସାଙ୍ଗ ତାଙ୍କର ଚିକିତ୍ସା ନିମନ୍ତେ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ଯିବାର ସମସ୍ତ ପ୍ରକାର ଵେବସ୍ତା କରାଇଦେଇଥିଲେ | ପରିବାର ଲୋକ ମାନ୍ୟବର ବିଧାୟକଙ୍କୁ ନିଜର କୃତଜ୍ଞତା ଜଣାଇବା ସହ ଆମେ ସାରାଜୀବନ ଋଣୀ ହୋଇ ରହିବୁ ବୋଲି କହିଥିଲେ |

ବିଧାୟକ ତାହାର ପ୍ରତି ଉତ୍ତରରେ କହିଲେ ଏହାର ସମ୍ପୂର୍ଣ ଶ୍ରେୟ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ତାଙ୍କରି ଦୁରଦୃଷ୍ଟି ଏବଂ ଯୁଗାନ୍ତ କାରି ପଦକ୍ଷପ ହେଲା BSKY Health Card, ତେଣୁ ଆପଣମାନଙ୍କ ତରଫରୁ ଏବଂ ସମସ୍ତ ଓଡିଶା ବାସୀଙ୍କ ତରଫରୁ ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି |