
ଖଲିକୋଟ , ୧୯/୦୨/୨୨ (ଜିଲ୍ଲା ଖବର ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି , ଗ୍ରାମାଞ୍ଚଳରେ ରାଜନୈତିକ ଉସ୍ମତା ସେତେ ବଢ଼ିବାରେ ଲାଗିଛି। ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ବ୍ଳକର ୧୧ ନମ୍ବର ଜୋନର ବିଜେପି ର ଜିଲ୍ଲା ପରିଷଦ ପ୍ରାର୍ଥୀ ଯଜ୍ଞ ନାରାୟଣ ଦାସଙ୍କ ପାଇଁ ପ୍ରଚାରରେ ସାମିଲ ହେଲେ ଅଭିନେତ୍ରୀ ବିଦୁସ୍ମିତା ଓ ଅଭିନେତା ଭଗବାନ ବେହେରା ।
ଖଲ୍ଲିକୋଟ ବ୍ଳକର ବଧିନୂଆଁପଲ୍ଲୀ ପଞ୍ଚାୟତରେ ପ୍ରଚାର ବେଳେ କେନ୍ଦ୍ର ସରକାରଙ୍କ ସଫଳତା ଓ ରାଜ୍ୟ ସରକାରଙ୍କ ବିଫଳତା ବିଷୟରେ କହିଥିଲେ । ଏ ଅଞ୍ଚଳ ଅନେକ ସମସ୍ୟା ଭିତରେ ରହିଛି । ତେଣୁ ଏ ଅଞ୍ଚଳ ବାସୀ ପରିବର୍ତ୍ତନ ଚାହୁଁଛନ୍ତି।

ବିଜେଡି ଗଡରେ ବିଜେପି ପଦ୍ମ ଫୁଟାଇ କବଜା କରିବ ବୋଲି ଭୋଟର ମାନଙ୍କୁ କହିଥିଲେ।

ଏହି ପ୍ରଚାର କାର୍ଯ୍ୟକ୍ରମରେ ବିଧାୟିକା ପ୍ରାର୍ଥୀନୀ ଭାରତୀ ବେହେରା,ଯୁବନେତା ଜଗନ୍ନାଥ ଭୂୟାଁ,ସଞ୍ଜୟ କୁମାର ଜେନା,ଖଲ୍ଲିକୋଟ ଏନ ଏ ସି ର ପୂର୍ବତନ ଅଧ୍ୟକ୍ଷ ଶଙ୍କର ପ୍ରସାଦ ନାହକ, ଜିଲ୍ଲା ପରିଷଦ ପ୍ରାର୍ଥୀ ଯଜ୍ଞ ନାରାୟଣ ଦାସଙ୍କ ସମେତ ବହୁ ବିଜେପି କର୍ମୀ ଓ ସାଧାରଣ ଜନତା ପ୍ରଚାରରେ ଯୋଗ ଦେଇଥିଲେ।

ବଧିନୂଆଁପଲ୍ଲୀ ପଞ୍ଚାୟତର ସମସ୍ତ ଗ୍ରାମରେ ଏକ ବାଇକ ରାଲିରେ ପ୍ରଚାରରେ ବୁଲିବା ସହ ସରପଞ୍ଚ ପ୍ରାର୍ଥୀନୀ ପୁଷ୍ପାଞ୍ଜଳି ଚହଟରାୟ, ସମିତି ସଭ୍ୟା ପ୍ରାର୍ଥୀନୀ ପ୍ରମିଳା ଭୂୟାଁଙ୍କୁ ଭୋଟ ଦେବା ସହ ବିଜେପିର ଜିଲ୍ଲା ପରିଷଦ ପ୍ରାର୍ଥୀ ଯଜ୍ଞ ନାରାୟଣ ଦାସଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ।


