Tuesday, October 20, 2026
Home ଅପରାଧ ଜଙ୍ଗଲ ନିଆଁ ନିବାରଣ ନିମନ୍ତେ ଦିନିକିଆ ତାଲିମ୍ ଶିବିର ।

ଜଙ୍ଗଲ ନିଆଁ ନିବାରଣ ନିମନ୍ତେ ଦିନିକିଆ ତାଲିମ୍ ଶିବିର ।

71

ବେଲଗୁଣ୍ଠା, ୧୯/୦୨/୨୨ (ଜିଲ୍ଲା ଖବର ) : ଉତ୍ତର ଘୁମୁସର ବନଖଣ୍ଡ ଅଧିନସ୍ଥ କେନ୍ଦ୍ରିୟ ବନାଂଚଳ ଅନ୍ତର୍ଗତ ଗାଙ୍ଗପୁର ସେକ୍ସନର ମାଳତୀ ଗ୍ରାମରେ ଥିବା ମାଳତୀ ବନସୁରକ୍ଷା ସମିତିର ସଭ୍ୟ ସଭ୍ୟା,ଏନିମେଟର୍,ଜଙ୍ଗଲ ଓ ପରିବେଶ ପ୍ରେମୀ ମାନଙ୍କ ପାଇଁ ଏକ ଦିନିକିଆ ତାଲିମ୍ ଶିବିର ବନାଞ୍ଚଳ ଅଧିକାରୀ କୁମର ବେହେରାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ହୋଇଯାଇଛି I

ଏହି ତାଲିମ୍ ଶିବିରରେ ବନପାଳ ଜି ଭେଙ୍କଟ ରାଓ ଦୋରା, ବନରକ୍ଷୀ ବିଜ୍ଞାନୀ ବେହେରା,ଏଫ୍.ଏମ୍.ୟୁ ସଂଯୋଜକ ପ୍ରଶାନ୍ତ କୁମାର ସାହୁ ଓ ସନ୍ତୋଷ କୁମାର ଡାକୁଆ ଯୋଗଦେଇ ଜଙ୍ଗଲକୁ ନିଆଁ ଦାଉରୁ କିପରି ରକ୍ଷା କରାଯିବ,ଓ ଜଙ୍ଗଲ ନିଆଁର କାରଣ ଓ ତାର ପ୍ରତିକାର, ଜଙ୍ଗଲରେ ଅଗ୍ନି ନିରୋଧ ରେଖା ନିର୍ମାଣ, ଲୋକଙ୍କୁ ନେଇ ସଚେତନ ଶିବିର ଆୟୋଜନ କରିବା ଆଦି ବିଷୟରେ ଆଲୋଚନା କରାଯାଇଥିଲା I

ରିପୋର୍ଟ-ଶିବରାମ ଚୌଧୁରୀ