Home ଅପରାଧ ଅଜଣା ଗାଡ଼ି ଧକ୍କାରେ ବାଇକ୍ ଆରୋହି ଗୁରୁତର ।

ଅଜଣା ଗାଡ଼ି ଧକ୍କାରେ ବାଇକ୍ ଆରୋହି ଗୁରୁତର ।

137

ଅମ୍ବାଦଳା , ୧୮/୦୨/୨୨ (ଜିଲ୍ଲା ଖବର) : ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ ରାଜ୍ୟରାଜପଥ ବଡମଞ୍ଜୁରୀକୁପା ଛକ ନିକଟରେ ଘଟିଛି ଦୁର୍ଘଟଣା । ଅଜଣାଗାଡ଼ି ଦୁର୍ଘଟଣାରେ ବାଇକ୍ ଆରୋହି ଗୁରୁତର। ଗୁରୁତର ଜଣଙ୍କ ହେଲେ ଧନୁର୍ଯ୍ୟ ଆସାରି ( ୪୦) ପିତା ଲଚ୍ଛୁମୁ ଅସାରୀ ପାଇକ ରାଣୀପିଣ୍ଡା ପଞ୍ଚାୟତ ବଡ ମଜୁରୁକୁପା ଗ୍ରାମର ବୋଲି ଜଣାପଡିଛି। ସୂଚନା ମୁତାବକ ଧନୂର୍ଯ୍ୟ କୌଣସି କାମରେ ନିଜ ବାଇକ୍ ଯୋଗେ ଘରୁ ବାହାରି ଅମ୍ବାଦଳା ବଜାରକୁ ଯାଇ ଫେରିବା ସମୟରେ ମଯୁରୁକୁପା ନିକଟ ଛକରେ ବିପରୀତ ଦିଗରୁ ଏକ ଅଜଣା ଗାଡ଼ି ଧକ୍କା ଦେଇ ଚାଲିଯାଇଥିଲା। ଘଟଣାଟି ସନ୍ଧ୍ୟା ସମୟରେ ଘଟି ଥିବାରୁ ସେଠାକାର ଲୋକେ ଦୁର୍ଘଟଣା ଘଟାଇଥିବା ଗାଡ଼ି କୁ ଦେଖିପାରିନଥିଲେ ଫଳରେ ଘଟଣସ୍ଥଳରେ ବାଇକ୍ ଆରୋହି ଗୁରୁତର ଅବସ୍ଥାରେ ପଡ଼ି ରହିଥିଲେ। ସ୍ଥାନୀୟ ଲୋକେ ଗୁରୁତର କୁ ୧୦୮ ଯୋଗେ ମୁନିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠାଇଥିବା ଜଣାପଡିଛି। ଖବର ପାଇ ଅମ୍ବାଦଳା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବାଇକ୍ ଜବତ କରିବା ସହ ଘଟଣା ର ତଦନ୍ତ ଆରମ୍ଭ କରିଛି।