Sunday, November 15, 2026
Home ଆଞ୍ଚଳିକ ଡଙ୍ଗରିଆ ଅଞ୍ଚଳରେ ବୁଥ୍ କେପଚରିଙ୍ଗ୍ ଘଟଣା, ଆଜି ଗ୍ରାମବାସୀ ବିଡ଼ିଓଙ୍କୁ ଦେଲେ ଅଭିଯୋଗ ପତ୍ର।

ଡଙ୍ଗରିଆ ଅଞ୍ଚଳରେ ବୁଥ୍ କେପଚରିଙ୍ଗ୍ ଘଟଣା, ଆଜି ଗ୍ରାମବାସୀ ବିଡ଼ିଓଙ୍କୁ ଦେଲେ ଅଭିଯୋଗ ପତ୍ର।

96

ବିଷମକଟକ , ୧୮/୦୨/୨୨ (ଜିଲ୍ଲା ଖବର) : ରାୟଗଡ଼ା ଜିଲ୍ଲା ବିଷମକଟକ ବ୍କକ୍ ଅନ୍ତର୍ଗତ କୁରୁଲି ପଞ୍ଚାୟତର ମୁଣ୍ଡାବାଲି ଗ୍ରାମର ୮ ନମ୍ବର ବୁଥରେ ଭୋଟ ମତଦାନ କେପଚରିଙ୍ଗ୍ ଘଟଣା ସମ୍ପର୍କରେ ସୋସିଆଲ ମିଡିଆରେ ଭିଡିଓ ଭାଇରେଲ ହେବା ଘଟଣାରେ ଆଜି ମୁଣ୍ଡାବାଲି ଗ୍ରାମର ସମସ୍ତ ଗ୍ରାମବାସୀ ବିଷମକଟକ ବିଡ଼ିଓ ଆଲବଟ ଲାକ୍ରା ଙ୍କୁ ଭେଟି ଏକ ଅଭିଯୋଗ ପତ୍ର ଦେଇଛନ୍ତି। ନିର୍ବାଚନ ଅଧିକାରୀ ଆଇନ୍ କୁ ଅପମାନିତ କରିଛନ୍ତି ।

ଯେଉଁ ଦୁଇ ଜଣ ବ୍ୟକ୍ତି ବୁଥ ଭିତରକୁ ଆସି ଡଙ୍ଗରିଆ ଲୋକଙ୍କ ଭୋଟ କୁ ନିଜେ ମାରିବା ବ୍ୟକ୍ତି ଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ଏବଂ କୁରୁଲି ପଞ୍ଚାୟତ ର ମୁଣ୍ଡାବାଲି ବୁଥ ୮ ନମ୍ବରେ ପୁଣିଥରେ ମତଦାନ କରିବା ପାଇଁ ସ୍ଥାନୀୟ ବାସିନ୍ଦା ଅଭିରାମ କୁସୁଲିଆ,ନିଳବାତ୍ରା, ସୁରେଶ ଓଡାକା,ନବଘନ ଓଡାକା, ପୂର୍ବତନ ସରପଞ୍ଚ ଶ୍ରୀ ମତି ସୁବ୍ରଦାନି ଓଡାକା, ପୂର୍ବତନ ସମିତି ସଭ୍ୟ ଶ୍ରୀ ତେଲାଡି ଓଡାକା ପ୍ରମୁଖ ବିଡ଼ିଓ ଶ୍ରୀ ଲାକ୍ରା ଙ୍କୁ ଭେଟି ଅଭିଯୋଗ କରିଛନ୍ତି।

ଏହି ଘଟଣା ସମ୍ପର୍କରେ ଆମେ ବିଷମକଟକ ବିଡ଼ିଓ ଶ୍ରୀ ଆଲବଟ ଲାକ୍ରା ଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଏହି ଘଟଣା ସମ୍ପର୍କରେ ମୁଁ ଜାଣିଛି ନିର୍ବାଚନ କମିଶନଙ୍କୁ ଏହି ସମ୍ପର୍କରେ ଆମେ ଜଣାଇବୁ ସେ ଯାହା ଆଦେଶ ଦେବେ ତାହା ଆମେ ପାଳନ କରିବୁ ବୋଲି ବିଡ଼ିଓ ଶ୍ରୀ ଲାକ୍ରା କହିଛନ୍ତି।