
ଧରାକୋଟ , ୧୮/୦୩/୨୨ (ଜିଲ୍ଲା ଖବର ) : ଶାଶୂର ଘର ଦାଣ୍ଡ ଦୁଆରେ ବିବାହିତ ମହିଳାଙ୍କ ଧାରଣା।ତପସ୍ପିନି ବିବାଦ ଭଳି ଆଉ ଏକ ନୂଆ ଘଟଣା ଗଞ୍ଜାମରେ ମୁଣ୍ଡ ଟେକିଲା। ଘଟଣା ଏମିତି ଧରାକୋଟ ଥାନା ପୋଡାପଲ୍ଲୀ ଗ୍ରାମରେ ରଶ୍ମିତା କୁମାରୀ ରାଉଳ ସହ ଜିତେନ୍ଦ୍ର ମୁନି ୦୬/୦୫/୨୦୧୪ ରେ ବିବାହ କରିଥିଲେ ।
ଗତ ୮ ମାସ ହେଲା ଜିତେନ୍ଦ୍ର ରଶ୍ମିତାଙ୍କ ଠାରୁ ଅଲଗା ହୋଇରହିଛନ୍ତି।ଇତିମଧ୍ୟରେ ରଶ୍ମିତା ନ୍ୟାୟ ପାଇଁ ଧରାକୋଟ ଓ ଗୋଳନ୍ଥରା ଥାନାରେ ୩ ଟି ଅଭିଯୋଗ ଦେଇଥିଲେ। ସ୍ୱାମୀ ଓ ସ୍ତ୍ରୀର ସମସ୍ୟା ସମାଧାନ କରିବାକୁ ଶଶୁର ଘର ଲୋକେ ଚାହୁଁନାହାନ୍ତି ବୋଲି ରଶ୍ମିତା ଅଭିଯୋଗ କରିଛନ୍ତି।ଏପରିକି ଏ କଥା କୋର୍ଟ କଚେରୀ ପର୍ଯ୍ୟନ୍ତ ଯାଇ ଛାଡପତ୍ର ପର୍ଯ୍ୟନ୍ତ ଗଲାଣି।

ଇତି ମଧ୍ୟରେ ପୋଲିସ କଥା ସମାଧାନ ପାଇଁ ଉଭୟ ଙ୍କୁ ଡାକିଥିଲେ ମଧ୍ୟ ବୁଝାମଣା ହୋଇପାରିନି।ଏଭଳି ଅବସ୍ଥା ବେଳେ ସ୍ୱାମୀ ଦୂତୀୟ ବିବାହ କରିବା ପାଇଁ ଚେଷ୍ଟା କରୁଥିବା ଖବର ରଶ୍ମିତା ପାଇ ନ୍ୟାୟ ପାଇଁ ଧାରଣା କୁ ବାଛି ନେଇଛନ୍ତି। ସେ ପୋଡାପଲ୍ଲୀ ଗ୍ରାମରେ ସମାଜସେବୀ ପ୍ରମିଳା ତ୍ରିପାଠୀ ସହଯୋଗରେ ଧାରଣା ରେ ବସିଥିବା ଦେଖିବାକୁ ମିଳିଛି। ପୋଡାପଲ୍ଲୀ ଗ୍ରାମର ଭୂଷଣ ମୁନିଙ୍କ ବଡ଼ପୁଅ ଜିତେନ୍ଦ୍ର ମୁନିଙ୍କୁ ହିନ୍ଦୁ ରୀତିନୀତି ରେ ବିବାହ କରିଥିଲେ ରଶ୍ମିତା। ସ୍ୱାମୀ ସ୍ତ୍ରୀଙ୍କ ମଧରେ ମନମାଳିଣ୍ୟ ଯୋଗୁ ସଂପର୍କରେ ତିକ୍ତତା ଆସିଛି।ନ୍ୟାୟ ନମିଳିବା ଯାଏଁ ସେ ଧାରଣା ରୁ ହଟିବେନି କହିଛି ରଶ୍ମିତା।


