
ଗଜପତି / ବ୍ରହ୍ମପୁର , ୧୮/୦୨/୨୨ (ଜିଲ୍ଲା ଖବର ) : ମାନ୍ୟବର ବିଧାୟକ ଗଜପତି ଜିଲ୍ଲାରେ ନିଜର ନିର୍ବାଚନ ଦାୟିତ୍ୱ ନିର୍ବାହ କରିବା ସମୟରେ ବିଧାୟକ ବାଲିଗୁଡା ଶ୍ରୀମାନ ଚକ୍ରମଣୀ କହ୍ନର ନିଜ ଅଞ୍ଚଳର ଏକ ମହିଳା ବ୍ରହ୍ମପୁର MKCG ରେ ଚିକିତ୍ସା ହେଉଥିବା ଏବଂ ତାଙ୍କୁ ସାହାଯ୍ୟ ର ଆବଶ୍ୟକ ଅଛି ବୋଲି ଜଣାଇଥିଲେ | ବିଧାୟକ ବିକ୍ରମ ତୁରନ୍ତ ଏକ ଟିମ ସେହି ପରିବାର କୁ ସାହାଯ୍ୟ ନିମନ୍ତେ ପଠାଇଥିଲେ | ସେଠାରେ ପହଞ୍ଚି ଡାକ୍ତର ଙ୍କ ସହ ଯୋଗାଯୋଗ କରି ଜାଣିବାକୁ ପାଇଲେ ଉକ୍ତ ମହିଳା ଶ୍ରୀମତୀ ଝୁଲି ପ୍ରଧାନ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟପୂର୍ଣ୍ଣ ରହିଛି | ଡାକ୍ତରଙ୍କ ଅନୁଯାଇ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ନିମନ୍ତେ ଯେକୌଣସି ଏକ ବଡ ହସ୍ପିଟାଲ କୁ ପଠାଇବାର ଆବଶ୍ୟକତା ଅଛି |

କିନ୍ତୁ ପରିବାର ଲୋକଙ୍କ ଆର୍ଥିକ ଦୁର୍ବଳତା ହେତୁ ସେମାନେ ଦୁଃଖରେ ଭାଙ୍ଗି ପଡିଲେ | ସେହି ସମୟରେ ବିଧାୟକଙ୍କ ଟିମ ପଚାରିଥିଲେ ଆପଣଙ୍କ ହେଲର୍ଥ କାର୍ଡ ତ ନିଶ୍ଚୟ ଥିବ…? ମନେପଡ଼ିଲା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଭୟ କବଚ BSKY କାର୍ଡ କଥା ପରିବାର ଲୋକ ଏକା ସ୍ୱରରେ ହଁ ଅଛି ବୋଲି କହିଥିଲି | ସାଙ୍ଗେ ସାଙ୍ଗେ ଏକ ଆମ୍ବୁଲାନ୍ସ ଯୋଗାଡ କରି ଉକ୍ତ ମହିଳାଙ୍କୁ ବିଶାଖାପାଟନମ ର ଏକ ଘରୋଇ ହସ୍ପିଟାଲକୁ ପଠାଇବାର ବ୍ୟବସ୍ଥା କରିଥିଲେ | ପରିବାର ଲୋକ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ବିଧାୟକ ବିକ୍ରମଙ୍କୁ ନିଜର କୃତଜ୍ଞତା ଜଣାଇଥିଲେ |



