
ଅମ୍ବାଦଳା, ୧୮/୦୨/୨୨ (ଜିଲ୍ଲା ଖବର ) : ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଅମ୍ବାଦଳା ଠାରେ ଲାଞ୍ଜିଗଡ ସ୍ଥିତ ବେଦାନ୍ତ ଆଲୁମିନିୟମ କମ୍ପାନୀ ଆନୁକୂଲ୍ୟରେ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ସ୍ୱାସ୍ଥ୍ୟ ଶିବିରରେ ଭେଷଜ ବିଶେଷଜ୍ଞ ଏବଂ ସ୍ତି ଓ ପ୍ରସୂତୀ ବିଶେଷଜ୍ଞ ଙ୍କ ସମେତ ଅନ୍ୟ ଡାକ୍ତର ମାନେ ଉପସ୍ଥିତ ରହି ଲୋକଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ l ଏଥିରେ ସମସ୍ତଙ୍କୁ ବେଦାନ୍ତ ପକ୍ଷରୁ ମାଗଣାରେ ଔଷଧ ବଣ୍ଟନ କରାଯାଇଥିଲା l
ଏହି ଶିବିରରେ ୨୬୦ ଜଣ ବ୍ୟକ୍ତି ବିଶେଷ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ l ଏହି ଶିବିରକୁ ମାନବ ସମ୍ବଳ ବିଭାଗ ମୁଖ୍ୟ ହେମନ୍ତ ଭାଟିଆ ଉଦଘାଟନ କରିଥିବା ବେଳେ ସାମାଜିକ ଉତ୍ତର ଦାୟିତ୍ୱ ବିଭାଗ ମୁଖ୍ୟ ବିଭୂଦେନୁ ପଣ୍ଡା, ସହକାରୀ ପ୍ରବନ୍ଦକ ଦିଲୀପ ପ୍ରଜାପତି ପ୍ରମୁଖ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ l

ଏହି ସ୍ୱାସ୍ଥ୍ୟ ଭିତିକ କାର୍ଯ୍ୟକ୍ରମ କୁ ବେଦାନ୍ତ ମେଡିକାଲର ଅମର ମହାନ୍ତି, ଅଶୋକ ଖୁରା, ରୋହିତ କୌସଲ୍ୟା ଓ ଅନ୍ୟ କର୍ମଚାରୀ ମାନେ ପରିଚାଳନା କରିଥିବାବେଳେ ଜଗା ସେଠି, ସଞ୍ଜୟ ମିଶ୍ର, ସୁଦୀପ ମିଶ୍ର, ସମ୍ବାଦଦାତା ଦକ୍ଷ୍ୟ ବାତ୍ରା,ଆଦର୍ଶ କୌଶଲ୍ୟା, ମୁନା ମାଝୀ, ଟୁଟୁ ଟାକ୍ରି,ସିକନ୍ଦର ସୁନା ସହଯୋଗ କରିଥିଲେ l

ସାମାଜିକ ଉତ୍ତର ଦାୟିତ୍ୱ ବିଭାଗ ଆନୁକୂଲ୍ୟରେ ପ୍ରତ୍ୟେକ ମାସ ଏଭଳି ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହେବ ବୋଲି ବେଦାନ୍ତ କର୍ତ୍ତୃପକ୍ଷ କହିଛନ୍ତି l ସ୍ଵାସ୍ଥ୍ୟ ସୁରକ୍ଷା ଦିଗରେ ବେଦାନ୍ତର ଏଭଳି ପଦକ୍ଷେପକୁ ପ୍ରଶଂସା କରାଯାଇଛି lଏହି ସ୍ୱାସ୍ଥ୍ୟ ସିବିରରେ ଅମ୍ବାଦଳା ସରକାରୀ ଚିକିତ୍ସାଳୟର ଡାକ୍ତର ଜଗବନ୍ଧୁ ସାହୁ ଉପସ୍ଥିତ ରହିଥିଲେ l

ଅମ୍ବାଦଳା ସରକାରୀ ଚିକିତ୍ସାଳୟରେ କିମ୍ବା ବେଦାନ୍ତ ମେଡିକାଲରେ ଅଲ୍ଟ୍ରା ସାଉଣ୍ଡ ର ସୁବିଧା ଉପଲବ୍ଧ କରିବା ପାଇଁ ଦାବି ଉପସ୍ଥାପନ ପରେ ନିକଟ ଭବିଷ୍ୟତରେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି କମ୍ପାନୀ କର୍ତ୍ତୁପକ୍ଷ ପ୍ରତିଶ୍ରୁତି ଦେଇଛନ୍ତି l



