
କବିସୂର୍ଯ୍ୟନଗର , ୧୮/୦୨/୨୨ (ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଗ୍ରାମାଞ୍ଚଳ ମାନଙ୍କରେ ଜମୁଛି ପଞ୍ଚାୟତ ନିର୍ବାଚନ ପ୍ରଚାର l
ବାଜା ପଟୁଆର ସାଙ୍ଗକୁ ପଥପ୍ରାନ୍ତ ସଭା ଆୟୋଜନ କରାଯାଇ ଭୋଟର ମାନଙ୍କୁ ମନେଇବା ପାଇଁ ଚେଷ୍ଟା ଜାରିରଖିଛନ୍ତି ପ୍ରାର୍ଥୀ l

ବିଜେଡି ର ୬ ନଂ ଜୋନ ଜିଲ୍ଲାପରିଷଦ ପ୍ରାର୍ଥୀନୀ ସଂଗୀତା ସ୍ୱାଇଁ , ଗୁଡ଼ିଆଳି ସରପଞ୍ଚ ପ୍ରାର୍ଥୀନୀ ସୁନିତା ଭୂୟାଁ ଓ ସମିତିସଭ୍ୟା ପ୍ରାର୍ଥୀନୀ ବିଜୟଲକ୍ଷ୍ମୀ ପଣ୍ଡା ଙ୍କ ପ୍ରଚାର ଲାଗି ଆଜି ଗୁଡ଼ିଆଳି ପଞ୍ଚାୟତ ରେ ପ୍ରଚାର କରିଛନ୍ତି।

ଆସିକା ସାଂସଦ ପ୍ରମିଳା ବିଷୋୟୀ ଓ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ l ଅପରାହ୍ନରେ ବିଶାଳ ପଟୁଆରରେ ଗୁଡ଼ିଆଳି ପଞ୍ଚାୟତର ସମସ୍ତ ୱାର୍ଡ ରେ ପ୍ରଚାର କରିଥିଲେ ଉଭୟ ସାଂସଦ ଓ ବିଧାୟିକା l

ଏହା ସହିତ ଗ୍ରାମର ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭା ଆୟୋଜନ କରି ରାଜ୍ୟ ସରକାର ଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ବିଷୟରେ ଲୋକଙ୍କୁ ଅବଗତ କରି ସମର୍ଥିତ ପ୍ରାର୍ଥୀ ମାନଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ଜନସାଧାରଣ ଙ୍କୁ ଅନୁରୋଧ କରିଥିଲେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ l

ଏହି ଅବସରରେ ପଞ୍ଚାୟତର ସରପଞ୍ଚ କୁମାର ଜେନା, ଯୁବନେତା କେ.ରାଜେନ୍ଦ୍ର ରେଡ଼ୀ ଙ୍କ ସମେତ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ସ୍ତରୀୟ ଅନେକ ଆଗଧାଡିର ନେତା ଓ ବହୁସଂଖ୍ୟାରେ ଜନସାଧାରଣ ସାମିଲ ହୋଇଥିଲେ l



