
ସାନଖେମୁଣ୍ଡି , ୧୮/୦୨/୨୨ (ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ରେ ଶାନ୍ତି ପୂର୍ଣ ଭାବରେ ସରିଛି ଭୋଟ ଗ୍ରହଣ । ବ୍ଲକର କୌଣସି ସ୍ଥାନରେ ଅପ୍ରୀତିକର ପରିସ୍ଥିତି ଉପୁଜିନଥିବା ସୂଚନା ରହିଥିବା ବେଳେ ବିଭିନ୍ନ ସ୍ଥାନରେ ଭୋଟ ଦେବାଲାଗି ଭୋଟର ମାନଙ୍କ ଉତ୍ସାହ ପରିଲ୍ଲିଖିତ ହୋଇଥିଲା ।

ସାନଖେମୁଣ୍ଡି ବିଧାୟକ ରମେଶ ଜେନା କଙ୍କରଡ଼ା ର 7 ନଂ ବୁଥରେ ମତ ସାବ୍ୟସ୍ତ କରିଥିଲେ l

ସେହିଭଳି ବୃଦ୍ଧ ଏବଂ ବୃଦ୍ଧା ଙ୍କ ସମେତ ମହିଳା ଓ ଯୁବଭୋଟର ଦୀର୍ଘ ସମୟ ଧରି ଲମ୍ବା ଲାଇନ ରେ ରହି ନିଜର ମତ ସାବ୍ୟସ୍ତ କରିଥିବା ଦେଖିବାକୁ ମିଳିଥିଲା ।

ପ୍ରଶାସନ ପକ୍ଷରୁ ପାଟପୁର ଅଞ୍ଚଳର ବିଶ୍ୱାସ ରାୟ ବିଜ୍ଞାନ ମହାବିଦ୍ୟାଳୟ ପଡିଆ ଠାରେ ଭୋଟ ବକ୍ସ ଗୁଡିକୁ ପ୍ରିଜାଡିଙ୍ଗ ଅଫିସର ମାନେ ଦାଖଲ କରିଛନ୍ତି l

ଅନ୍ୟପଟେ ଭୋଟ ବାକ୍ସ ରହିବାକୁ ବ୍ୟବସ୍ଥା ହୋଇଥିବା ଷ୍ଟ୍ରଙ୍ଗ ରୁମ ର ପରିଦର୍ଶନ କରିଛନ୍ତି ବ୍ରହ୍ମପୁର ଉପଜିଲ୍ଲାପାଳ ଭି. କୀର୍ତ୍ତିଭାଷନ ।


