ରୋଲାଣ୍ଡ ଫାର୍ମାସୀ କଲେଜରେ ସମାବର୍ତ୍ତନ ଉତ୍ସବ

23

ବ୍ରହ୍ମପୁର,୧୯/୮(ରାଜେଶ ରଣା ) : ଓଡ଼ିଶାର ଅଗ୍ରଣୀ ଫାର୍ମାସୀ ଶିକ୍ଷାନୁଷ୍ଠାନ ରୋଲାଣ୍ଡ୍ ଇନ୍‌ଷ୍ଟିଟ୍ୟୁଟ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍‌ର ଚଳିତ ଶିକ୍ଷାବର୍ଷରେ ଯୋଗ ଦେଇଥିବା ଶିକ୍ଷାର୍ଥୀ ମାନଙ୍କ ପାଇଁ ଏକ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ପ୍ରେକ୍ଷାଗୃହରେ ଅନୁଷ୍ଠିତ ଏହି ଉତ୍ସବରେ ଚେୟାରପର୍ସନ ଶ୍ରୀମତି ଜେ ଜୟଲକ୍ଷ୍ମୀ, ନିର୍ଦ୍ଦେଶକ ଡା ଜେ ସୂର୍ୟ୍ୟା ରାଓ, ଅଧ୍ୟକ୍ଷ ଡଃ ବି ଭି ଭି ରବିକୁମାର, ଉପାଧ୍ୟକ୍ଷ ଡଃ ସି ଏଚ୍ ନିରଞ୍ଜନ ପାତ୍ର, ଅଧ୍ୟାପକ ଡଃ ବିମଳେନ୍ଦୁ ଚୌଧୁରୀ ଏବଂ ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ଥିଲେ । ଅଧ୍ୟାପିକା ବେବି ସାହୁ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ । ଅଧ୍ୟକ୍ଷ ଡଃ ରବିକୁମାର ସ୍ବାଗତ ସଂଭାଷଣ ଦେଇଥିଲେ, ଉପାଧ୍ୟକ୍ଷ ଡଃ ପାତ୍ର, ଚେୟାରପର୍ସନ୍ ଶ୍ରୀମତି ଜୟଲକ୍ଷ୍ମୀ ଉପସ୍ଥିତ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କୁ ସମ୍ବୋଧିତ କରିଥିଲେ । ଡଃ ବିମଳେନ୍ଦୁ ଚୌଧୁରୀ ଫାର୍ମାସୀ ଶିକ୍ଷା କାର୍ୟ୍ୟକ୍ରମ ବିଷୟରେ ଜଣାଇଥିଲେ । ଅଧ୍ୟାପକ ରବିନାରାୟଣ ରାଣା ଅନୁଷ୍ଠାନର ଛାତ୍ରାବାସ ଏବଂ ରେଗିଂ ଦୂରୀକରଣ ଯୋଜନା ବିଷୟରେ କହିଥିଲେ । ଅଧ୍ୟାପକ ଡଃ ଜ୍ଞାନରଞ୍ଜନ ପଣ୍ଡା କେଣ୍ଟିନ୍ ବ୍ୟବସ୍ଥା ବିଷୟରେ ଜଣାଇଥିଲେ । ଅଧ୍ୟାପକ ରାଜାରାମ ଦାସ ଶିକ୍ଷାୟତନର ଶିକ୍ଷକମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଅଧ୍ୟାପକ ଦେବାଶିଷ ଘୋଷ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ୟ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ ରୋଲାଣ୍ଡ ଫାର୍ମାସୀ କଲେଜକୁ ଏହାର ବି.ଫାର୍ମା କାର୍ୟ୍ୟକ୍ରମ ପାଇଁ ସମ୍ମାନୀତ ନେସନାଲ୍ ବୋର୍ଡ୍ ଅଫ୍ ଆକ୍ରେଡିଟେସନ ଦ୍ବାରା ମାନ୍ୟତା ମିଳିଛି ।