Saturday, November 14, 2026
Home ଆଞ୍ଚଳିକ ସାନଖେମୁଣ୍ଡି ବ୍ଲକରେ ମତଦାନ ।

ସାନଖେମୁଣ୍ଡି ବ୍ଲକରେ ମତଦାନ ।

92


ସାନଖେମୁଣ୍ଡି , ୧୮/୦୨/୨୨ (ଜିଲ୍ଲା ଖବର ) : ଗଂଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକରେ ଶାନ୍ତିପୂର୍ଣ୍ଣ ଭାବେ ଭୋଟ ଗ୍ରହଣ ଚାଲିଛି ।

ଏଥିପାଇଁ ପୋଲିସ ଓ ପ୍ରଶାସନ ଅତି ସମ୍ବେଦନଶୀଳ ୧୭ଟି ବୁଥରେ ସିସିଟିଭି ଖଞ୍ଜା ହୋଇଛି ।

ଆଉ ୩୭ ଗୋଟି ସମ୍ବେଦନଶୀଳ ବୁଥକୁ ମିଶାଇ ମୋଟ ୩୬୭ ବୁଥ ପାଇଁ ୧୧ଗୋଟି ପୋଲିସ ପେଟ୍ରୋଲିଂ ଟିମ ମୁତୟନ ସହ ଅଧିକ ଫୋର୍ସ କେମ୍ପ କରିଛନ୍ତି।

ମୋଟ ୨୬ ଗୋଟି ପଞ୍ଚାୟତ ବିଶିଷ୍ଟ ଏହି ବ୍ଲକରେ ଏକ ଲକ୍ଷ ୩୭ ହଜାର ୨୩୯ ଭୋଟର ନିଜର ମତ ସାବ୍ୟସ୍ତ କରିବେ ନିଜ ନିଜ ପଞ୍ଚାୟତରେ । ଏଥିପାଇଁ ୩୬୭ ଗୋଟି ବୁଥ ର ବ୍ୟବସ୍ଥା ହୋଇଛି।

ପ୍ରତ୍ୟେକ ବୁଥରେ ପ୍ରିଜାଇଡିଂ ଅଫିସର ସହ ୨ଟି ପୋଲିଙ୍ଗ ଅଫିସର କୁ ମିଶାଇ ତିନି ଜଣ ଭୋଟ କେନ୍ଦ୍ରକୁ ପରିଚାଳନା କରିବେ।ଚୁଡୁଙ୍ଗପୁର ପଞ୍ଚାୟତର ମହାନଳା ଗ୍ରାମରେ ଥିବା ୬ ଓ ୭ ନଂ ବୁଥ କୁ ପିଙ୍କ ବୁଥ ଭାବେ ପ୍ରସ୍ତୁତ କରାଯାଇଛି ।

ସେମିତି ବିକଳାଙ୍ଗ ମାନଙ୍କ ସକାଶେ ରେମ୍ପ ବ୍ୟବସ୍ଥା ହୋଇଛି।

ଭୋଟ ପାଇଁ ନିୟୋଜିତ ସମସ୍ତ ଅଧିକାରୀମାନେ ଯେ ଯାହା କେନ୍ଦ୍ରରେ ରହି ମତଦାନ ପରିଚାଳନା କରୁଛନ୍ତି।