Home Uncategorized ପୁତୁରା ର ଏସିଡି ମାଡ଼ ରେ ବଡବାପା ଗୁରୁତର।

ପୁତୁରା ର ଏସିଡି ମାଡ଼ ରେ ବଡବାପା ଗୁରୁତର।

76


ଆସିକା , ୧୮/୦୨/୨୨ (ଜିଲ୍ଲା ଖବର ) : ଆସିକା ଥାନା ଅନ୍ତର୍ଗତ ମାମୁଢ଼ିଅ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ପୁତୁରାର ଏସିଡି ମାଡରେ ବଡ଼ ବାପା ଗୁରୁତର । ଗୁରୁତର ବଡ ବାପା ବିଶ୍ୱନାଥ ସାହୁ ଆସିକା ମେଡିକାଲ ରେ ଭର୍ତ୍ତୀ । ପାରିବାରିକ କଳହକୁ କେନ୍ଦ୍ର କରି ଏସିଡ଼ି ମାଡ଼ ହୋଇଥିବା ସୂଚନା । ସୂଚନା ମୁତାବକ ବିଶ୍ଵନାଥ ନିଜ ଏକମାତ୍ର ପୁଅର ଅକାଳ ମୃତ୍ୟୁ ପରେ ନିଜ ଭାଇର ସାନ ପୁଅକୁ ପୋଷ୍ୟପୁତ୍ର ରୂପେ ଗ୍ରହଣ କରିଥିଲେ।

କିନ୍ତୁ ପୋଷ୍ୟ ପୁତ୍ର ହୋଇଥିବା ପୁତୁରା ତାଙ୍କ ଦେଖା ଶୁଣା ଠିକ ଭାବେ ନ କରିବାରୁ ସେ ପୁତୁରାକୁ ସମ୍ପତି ଭାଗ ଦେଇନଥିଲେ।

ଏହା ଫଳରେ ଅଭିଯୁକ୍ତ ପୁତୁରା ଉତକ୍ଷିପ୍ତ ହୋଇ ବୁଦ୍ଧ ବିଶୁନାଥ ଙ୍କ ଉପରକୁ ଏସିଡି ମାଡ଼ କରିଥିଲା।

ଏସିଡି ମାଡ଼ ଦ୍ୱାରା ବୁଦ୍ଧଙ୍କ ଅଧିକାଂଶ ସ୍ଥାନ ପୋଡି ଯାଇଥିବା ବେଳେ ଗାଁ ଲୋକେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଆସିକା ମେଡ଼ିକାଲ କୁ ଆଣିଥିବା ବେଳେ ଅଭିଯୁକ୍ତ ପୁତୁରା କୁ ଗ୍ରାମ ଲୋକେ କାବୁ କରି ପୋଲିସ ରେ ଜିମା ଦେଇଛନ୍ତି।ଏପଟେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ।