Tuesday, October 13, 2026
Home ଅପରାଧ ଧର୍ମଶାଳା ବ୍ଲକ ଦେଓଦା ପଞ୍ଚାୟତର -ଦୁଇଟି ବୁଥରେ ହେବ ସାନି ମତଦାନ ।

ଧର୍ମଶାଳା ବ୍ଲକ ଦେଓଦା ପଞ୍ଚାୟତର -ଦୁଇଟି ବୁଥରେ ହେବ ସାନି ମତଦାନ ।

83

ଯାଜପୁର , ୧୭/୦୨/୨୨ (ଜିଲ୍ଲା ଖବର ) : ଭୋଟ ବେଳେ ଘଟିଲା ହିଂସାକାଣ୍ଡ,ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଦେଓଦା ପଞ୍ଚାୟତ ଚଇନିହୁରା ଗ୍ରାମର ୬ ଓ ୭ ନମ୍ବର ୱାର୍ଡରେ,

ସକାଳ ପ୍ରାୟ ନଅଟା, ବୁଥ୍ ଭିତରେ ଠିକ୍ ଠାକ୍ ଚାଲିଥିଲା ମତଦାନ, ହଠାତ୍ କିଛି ଅସାମାଜିକ ଯୁବକ ବୁଥ୍ ଭିତରେ ପ୍ରବେଶ କରି ଭୋଟ୍ ଦେବାପାଇଁ ଆସିଥିବା ମହିଳା ମାନଙ୍କୁ ଠେଲା ପେଲା କରିଥିଲେ, ଓ ଜୋର୍ ଜବରଦସ୍ତ ବୁଥ୍ ଦଖଲ କରିବାକୁ ଉଦ୍ୟମ କରିଥିଲେ।

ଏଜେଣ୍ଟ ଓ ପ୍ରିଜାଇଡିଂ ଅଫିସର ପ୍ରତିବାଦ କରିବାରୁ ବୁଥ୍ ସୁରକ୍ଷା ନିମନ୍ତେ ନିୟୋଜିତ ଥିବା ପୁଲିସ କର୍ମଚାରୀଙ୍କୁ ମାଡ ମାରିବା ସହିତ ତାଙ୍କ ସାର୍ଟ ଚିରି ଦେଇଥିବା ସୂଚନା ମିଳିଛି ।

ପରେ ଯାଜପୁର ଏସ୍ଡିପିଓ, ସେକ୍ଟର ଅଫିସର, ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ସମ୍ପୃକ୍ତ ଥିବା ବାରଜଣ ଯୁବକଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରା ଯାଇଛି l

ଉକ୍ତ ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଯୁବକ ମାନେ ଫେରାର୍ ଥିବା ବେଳେ ପୁଲିସ ଅଧିକ ତଦନ୍ତ ଜାରି ରଖିଛି l

ଯାଜପୁର ରୁ ପ୍ରମୋଦ ରାଉତ ଙ୍କ ରିପୋର୍ଟ ଜିଲ୍ଲା ଖବର ।