Monday, October 12, 2026
Home ଅପରାଧ ନିର୍ବାଚନ ପ୍ରଚାର ପାଇଁ ନିୟୋଜିତ ଗାଡିକୁ ପୋଡିଲେ ବିପକ୍ଷ।

ନିର୍ବାଚନ ପ୍ରଚାର ପାଇଁ ନିୟୋଜିତ ଗାଡିକୁ ପୋଡିଲେ ବିପକ୍ଷ।

124


ଧରାକୋଟ , ୧୭/୦୨/୨୨ ( ଜିଲ୍ଲା ଖବର ) : ଆସନ୍ତା ୨୦ ତାରିଖରେ ରେ ନିର୍ବାଚନ ହେବାକୁ ଯାଉଥିବା ଧରକୋଟ ବ୍ଲକ ରେ ପୁଣି ରାଜନୈତିକ ହିଂସା ଦେଖାଦେଇଛି ।

ନିର୍ବାଚନ ପ୍ରଚାର ପାଇଁ ନିୟୋଜିତ ଥିବା ଏକ କାରକୁ ଓଳମ୍ବା ଗ୍ରାମରେ ପୋଡା ଯାଇଥିବା ନେଇ ଥାନାରେ ଅଭିଯୋଗ । ସେଥିରେ ପ୍ରଚାର ପାଇଁ ଉଦ୍ଧିଷ୍ଟ ପୋଷ୍ଟର ପାମ୍ପଲେଟ ମଧ୍ୟ ପୋଡି ଯାଇଛି।ଧରାକୋଟ ଅଗ୍ନିସମ ବାହିନୀ ଯାଇ ନିଆଁ ଲିଭାଇଥିଲେ ।

ବଡ଼ଗଡ଼ ପୋଲିସ ପହଂଚି ଥିଲା । ସୂଚନା ପ୍ରକାରେ ପ୍ରଚାର ପାଇଁ ଦୁଇ ଦଳ ମଧ୍ୟ ବିବାଦ ସୃଷ୍ଟି ହୋଇଥିଲା। ଏନେଇ ବଡ଼ଗଡ଼ ଥାନା ପକ୍ଷରୁ ଉଭୟ ଗୋଷ୍ଠିଙ୍କ ସମ୍ମତିରେ ଏକ ବିଧିବଦ୍ଧ ରୁଟ ଚାର୍ଟ ପ୍ରସ୍ତୁତ କରି ଦିଆ ଯାଇଥିଲା ।

ତଥାପି ଓଳମ୍ବା ଗାଁ ରେ ଗତ ରାତିର ଗାଡି ପୋଡା ଘଟଣା ରାଜ ନୈତିକ ପାଣି ପାଗକୁ ଅଧିକ ତିକ୍ତ କରିଦେଇଛି । ଘଟଣାକୁ ନେଇ ଅଲଇଣ୍ଡିଆ କିଶନ ମଯଦୁର ସଙ୍ଘର ଧରାକୋଟ ବ୍ଲକ ସଭାପତି ଦୟାନିଧି ସେଠି ବଡ଼ଗଡ଼ ଥାନାରେ ଅଭିଯୋଗ କରିଛନ୍ତି ।

ପ୍ରକାଶ ଥାଉକି ଏହି ଧରକୋଟ ବ୍ଲକରେ ନାମାଙ୍କନ ଦାଖଲ ର ପ୍ରଥମ ଦିନରୁ ହିଁ ମୁଣ୍ଡମରାଇ ଠାରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଏବେ ନିର୍ବାଚନ ପାଖକୁ ଆସୁଥିବା ବେଳେ କାର ପୋଡି ଘଟଣା ଆଉ ବିଭିନ୍ନ ଗ୍ରାମରେ ଛୋଟ ମୋଟ ଗଣ୍ଡଗୋଳ ପ୍ରଶାସନ ପାଇଁ ଅଡୁଆ ସୃଷ୍ଟି ହେଉଛି।