
ଆସିକା , ୧୭/୦୨/୨୨ (ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା ଆସିକା ଥାନା ଚାରୀମାଇଲି ଦାଶନାପଲ୍ଲୀ ଛକ ନିକଟ ବିଲରେ ଗୋଟିଏ ହରିଣ ର ମୃତଦେହ ପଡ଼ିରହିଥିବା ଦେଖିବାକୁ ମିଳିଛି l
ବର୍ତ୍ତମାନ ସୁଦ୍ଧା ଘଟଣା ସ୍ଥଳରେ ବନବିଭାଗ ପହଞ୍ଚି ନଥିବା ବେଳେ ହରିଣ ମୃତ୍ୟୁ ର କାରଣ ଅସ୍ପଷ୍ଟ ରହିଛି l

ସଡକ ଦୁର୍ଘଟଣା ରେ ହରିଣ ଟିର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି l

ଅନ୍ୟପଟେ ବିଭିନ୍ନ ସମୟରେ ସଡକ ଦୁର୍ଘଟଣା ଓ ଶିକାରୀଙ୍କ ଦ୍ୱାରା ନିରୀହ ହରିଣ ର ମୃତ୍ୟୁ ହେଉଥିବା ବେଳେ ବନବିଭାଗ ହରିଣ ମାନଙ୍କ ସୁରକ୍ଷା ଲାଗି ବହୁତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି l



