Thursday, November 12, 2026
Home ଆଞ୍ଚଳିକ ଶାନ୍ତି ଶୃଙ୍ଖଳାରେ ସରିଲା ଲୋଚପଡା ପଞ୍ଚାୟତ ନିର୍ବାଚନ ।

ଶାନ୍ତି ଶୃଙ୍ଖଳାରେ ସରିଲା ଲୋଚପଡା ପଞ୍ଚାୟତ ନିର୍ବାଚନ ।

98

କୁକୁଡାଖଣ୍ଡି , ୧୬/୦୨/୨୨ (ଜିଲ୍ଲା ଖବର ) : ଆଜି ତ୍ରିସ୍ତରୀୟ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଯାଇଥିବା ବେଳେ

କୁକୁଡ଼ାଖଣ୍ଡି ଅଞ୍ଚଳର ବିଭିନ୍ନ ପଞ୍ଚାୟତ ଜଗଦଲପୁର, ନିମଖଣ୍ଡି ଏବଂ ଲୋଚାପଡ଼ା ସକାଳ ୭। ଟାରୁ ଦିନ ୧ ପର୍ଯ୍ୟନ୍ତ ପୁଲିଂ ଚାଲି ଥିଲା ।

ଲୋକ ମାନେ ଧାଡି ହୋଇ ଶୃଙ୍ଖଳା ସହ ନିଜର ମୂଲ୍ୟବାନ ଭୋଟ ନିଜର ପ୍ରିୟ ପ୍ରାର୍ଥୀ ଦେଇଥିଲେ କୌଣସି ଅପ୍ରିତିକର ପରିସ୍ଥିତି ନ ଉପୁଜିବା ପାଇଁ ସବୁ ବୁଥରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ପ୍ରତି ବୁଥକୁ ନିଜେ ବ୍ରହ୍ମପୁର SP ପିନାକ ମିଶ୍ର ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ଲୋଚାପଡ଼ାର ବିଭିନ୍ନ ବୁଥକୁ ଯାଇ ଯେପରି ଶାନ୍ତି ଶୃଙ୍ଖଳାର ସହ ଲୋକେ ତଥା ଭୋଟର ସେମାନଙ୍କ ଭୋଟକୁ ନିଜ ଇଚ୍ଛାରେ ପ୍ରଦାନ କରିବେ ତାହାକୁ ନେଇ ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି ।

ସେହିପରି ପୋଲିଂ ଅଫିସର ଏବଂ ନିୟୋଜିତ ପୋଲିସ କର୍ମଚାରୀଙ୍କ ସହ ମଧ୍ୟ ଆଲୋଚନା କରୁଛନ୍ତି ।

SPଙ୍କ ନିମଖଣ୍ଡି ଫାଣ୍ଡି ଅଧିକାରୀ ଜ୍ୟୋତି ରଞ୍ଜନ ସହ ଅନ୍ୟ ପୋଲିସ କର୍ମ ଚାରୀ ମାନେ ମଧ୍ୟ ସେଠାରେ ଉପସ୍ଥିତ ଅଛନ୍ତି ।