Home Uncategorized ଭୋଟ ପ୍ରଚାର ରେ କମ୍ପୁଛି ମର୍ଦମେଖ ପଞ୍ଚାୟତ ।

ଭୋଟ ପ୍ରଚାର ରେ କମ୍ପୁଛି ମର୍ଦମେଖ ପଞ୍ଚାୟତ ।

83

ବେଗୁନିଆପଡା , ୧୬/୦୨/୨୨ (ଜିଲ୍ଲା ଖବର ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ଉଠୁଛି ପଡୁଛି ଗାଁ । ଭୋଟର ଙ୍କୁ ମନାଇବାକୁ ଭିନ୍ନ ଭିନ୍ନ ଢଙ୍ଗରେ ନେତା କରୁଛନ୍ତି ପ୍ରଚାର । ଏହିପରି ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ମର୍ଦମେଖ ପଞ୍ଚାୟତ ରେ ଦେଖିବାକୁ ମିଳିଛି ଜୋର ସୋର ପ୍ରଚାର । ପ୍ରାର୍ଥୀ ପ୍ରାର୍ଥୀନୀ ମାନେ ନିଜ ନିଜ ଚିହ୍ନ ର ପ୍ରଚାର କରୁଛନ୍ତି ଏହି ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀନୀ ବିଷ୍ଣୁପ୍ରିୟା ଗୌଡ଼ ଓ ସମିତି ସଭ୍ୟ ପ୍ରାର୍ଥୀ ପ୍ରଭାକର ନାୟକ।

ନିଜ ସମର୍ଥକଙ୍କ ସହ ଆଜି ବେଲଝରି ଓ କନ୍ଦିୟା ଗ୍ରାମରେ ପ୍ରଚାର କରିଥିବାବେଳେ ଆସନ୍ତା ୨୪ ତାରିଖରେ ହେବାକୁ ଥିବା ନିର୍ବାଚନ ରେ କିଭଳି ଜିତିବେ ସେ ନେଇ କସରତ ଆରମ୍ଭ କରିଛନ୍ତି ।

ଲୋକ ମାନଙ୍କ ଯୋଉ ସବୁ ସମସ୍ୟା ଅଛି ତାହାକୁ ମୁଦା କରି ଭୋଟର ମାନଙ୍କୁ ଭୋଟ ଭିକ୍ଷା କରୁଛନ୍ତି ।

ଏହି ପ୍ରଚାରରେ ପ୍ରାୟ ୨ ସହ ରୁ ଉର୍ଦ୍ଧ ମହିଳା ଓ ପୁରୁଷ ଯୋଗ ଦେଇଥିଲେ ।