
ହିଞ୍ଜିଳିକାଟୁ , ୧୬/୦୨/୨୨ (ଜିଲ୍ଲା ଖବର ) : ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ପୋଚିଲିଗାଁ ଗ୍ରାମ ପଞ୍ଚାୟତ ର ସୋମପୁର ଗ୍ରାମ ରେ ବ୍ଲକ
ପ୍ରଶାସନ ପକ୍ଷରୁ ଆଦର୍ଶ ମତଦାନ କେନ୍ଦ୍ର ବା ପିଙ୍କ ବୁଥ ଭାବେ ଚୟନ କରାଯାଇଛି ।

ଏହି ପିଙ୍କ୍ ବୁଥ ରେ ମହିଳା ପ୍ରିଜାଇଡିଂ ଅଧିକାରୀ ଭାବେ ପରିଚାଳନା କରୁଥିବା ବେଳେ

ଏହି ବୁଥ ରେ ୭ ଓ ୮ନଂ ଦୁଇଟି ବୁଥ ପାଇଁ ମତଦାନ ପକ୍ରିୟା ଜାରି ରହିଥିବା ଜଣାପଡିଛି ।

ସକାଳୁ ୭ଟା ରୁ ଏହି ବୁଥ ରେ ଶାନ୍ତିଶୃଙ୍ଖଳା ର ସହିତ ମତଦାନ ଚାଲୁଥିବା ଜଣାପଡିଛି ।

ଏଥି ସହିତ ହିଞ୍ଜିଳିକାଟୁ ବ୍ଲକ୍ ର ୩୦୭ଟି ମତଦାନ କେନ୍ଦ୍ର ରେ ଭୋଟ ଗ୍ରହଣ ହୋଇଛି।

ସୁରକ୍ଷା ବ୍ୟବସ୍ଥା କୁ ଦୃଷ୍ଟି ରେ ରଖି ହିଞ୍ଜିଳି ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି


