Wednesday, November 11, 2026
Home ଆଞ୍ଚଳିକ ଶେରଗଡ ବ୍ଲକରେ ମତଦାନ ।

ଶେରଗଡ ବ୍ଲକରେ ମତଦାନ ।

81

ଶେରଗଡ , ୧୬/୦୨/୨୨ ( ଜିଲ୍ଲା ଖବର ) : ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ଶେରଗଡ ବ୍ଲକରେ ଶାନ୍ତିପୂର୍ଣ୍ଣ ଭାବେ ଭୋଟ ଗ୍ରହଣ ଚାଲିଛି ।

ଏଥିପାଇଁ ପୋଲିସ ଓ ପ୍ରଶାସନ ଅତି ସମ୍ବେଦନଶୀଳ ୨୪ଟି ବୁଥରେ ସିସିଟିଭି ଖଞ୍ଜା ହୋଇଛି।

ଆଉ ୧୭ ଗୋଟି ସମ୍ବେଦନଶୀଳ ବୁଥକୁ ମିଶାଇ ମୋଟ ୩୦୧ ବୁଥ ପାଇଁ ୧୧ଗୋଟି ପୋଲିସ ପେଟ୍ରୋଲିଂ ଟିମ ମୁତୟନ ସହ ଅଧିକ ଫୋର୍ସ କେମ୍ପ କରିଛନ୍ତି। ଆଜି ପ୍ରଚାର ସରିଲା।

ମୋଟ ୨୨ଗୋଟି ପଂଚୟତ ବିଶିଷ୍ଟ ଏହି ବ୍ଲକରେ ଏକ ଲକ୍ଷ ସାତ ହଜାର ୬୨୩ ଭୋଟର ନିଜର ମତ ସାବ୍ୟସ୍ତ କରିବେ ନିଜ ନିଜ ପଞ୍ଚୟତରେ।ଏଥିପାଇଁ ୩୦୧ଗୋଟି ବୁଥ ର ବ୍ୟବସ୍ଥା ହୋଇଛି।

ପ୍ରତ୍ୟେକ ବୁଥରେ ପ୍ରିଜାଇଡିଂ ଅଫିସର ସହ ୨ଟି ପୋଲିଙ୍ଗ ଅଫିସର କୁ ମିଶାଇ ତିନି ଜଣ ଭୋଟ କେନ୍ଦ୍ରକୁ ପରିଚାଳନା କରିବେ।ମତଦାନ ସକାଶେ ମହିଳା ମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ୧୨ନଂ ବୁଥ କୁ ପିଙ୍କ ବୁଥ ଭାବେ ପ୍ରସ୍ତୁତ କରାଯାଇଛି ।

ସେମିତି ବିକଳାଙ୍ଗ ମାନଙ୍କ ସକାଶେ ରେମ୍ପ ବ୍ୟବସ୍ଥା ହୋଇଛି।

ଭୋଟ ପାଇଁ ନିୟୋଜିତ ସମସ୍ତ ଅଧିକାରୀମାନେ ଯେ ଯାହା କେନ୍ଦ୍ରରେ ରହି ମତଦାନ ପରିଚାଳନା କରୁଛନ୍ତି।