Monday, November 16, 2026
Home ଆଞ୍ଚଳିକ ହିଂଜିଳି ପୋଲିସର ଫ୍ଲାଗମାର୍ଚ୍ଚ, ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସାକାଣ୍ଡ ରୋକିବା ଉପରେ ଗୁରୁତ୍ୱ ହିଞ୍ଜିଳି କାଟୁ...

ହିଂଜିଳି ପୋଲିସର ଫ୍ଲାଗମାର୍ଚ୍ଚ, ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସାକାଣ୍ଡ ରୋକିବା ଉପରେ ଗୁରୁତ୍ୱ ହିଞ୍ଜିଳି କାଟୁ ।

185

ହିଞ୍ଜିଳିକାଟୁ , ୧୫/୦୨/୨୨ (ଜିଲ୍ଲା ଖବର ) : ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗଞ୍ଜାମ ଜିଲ୍ଲାର ହିଂଜିଳି ପୋଲିସର ଫ୍ଲାଗ୍ ମାର୍ଚ୍ଚ ।

ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବାକୁ ପୋଲିସ ଫ୍ଲାଗ ମାର୍ଚ୍ଚ କରିଛି।

ସୂଚନାନୁସାରେ, ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଭିନ୍ନ ଗ୍ରାମରେ ହିଂସା ଆଶଙ୍କା ରହିଥାଏ । ଏପରିକି ପୂର୍ବରୁ ହିଂସାକାଣ୍ଡ ଅଧିକ ଉଗ୍ର ରୂପ ଧାରଣ କରିଥିବାର ନଜର ରହିଛି ।

ଏସବୁକୁ ନଜରରେ ରଖି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଠାକୁର ବିଜୟ ପାତ୍ର ଙ୍କ ନେତୃତ୍ୟରେ ହିଂଜିଳି ବ୍ଲକ ଅନ୍ତର୍ଗତ ଶିକିରି ,ରାଲବ, ସାରୁ ଗ୍ରାମରେ ପୋଲିସ ଫ୍ଲଗମାର୍ଚ୍ଚ କରିଛି।

ତହସିଲଦାର ଶ୍ରୀ ପ୍ରଭାତ ପରିଡା,sdpo ଶ୍ରୀ ଉମା ଚରଣ ସିଂ, ହିଂଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଅଭିମନ୍ୟୁ ଦାସଙ୍କ ସମେତ ସମସ୍ତ ଥାନାର କର୍ମଚାରୀ ମାନେ ଫ୍ଲାଗ୍ ମାର୍ଚ୍ଚ କରିଛନ୍ତି ।ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ବିଭିନ୍ନ ଥାନା ଅଧୀନରେ ରେ ନିର୍ବାଚନକୁ ନେଇ ରାଜନୈତିକ ହିଂସା ଦେଖିବାକୁ ମିଳିଥିଲା ।

ଆଉ ଯେପରି କୌଣସି ହିଂସାକାଣ୍ଡ ନହୁଏ ସେଥିପ୍ରତି ଗୁରୁତ୍ୱ ଦେଇ ପୋଲିସ ଫ୍ଲାଗ୍ ମାର୍ଚ୍ଚ କରିଥିବା ସୂଚନା ମିଳିଛି ।