
ନୂଆଦିଲ୍ଲୀ ; ଦିଲ୍ଲୀର ରାଣୀ ଝାନ୍ସି ରୋଡସ୍ଥିତ ଅନାଜ ମଣ୍ଡୀ ପୋଡି ଦୁର୍ଘଟଣାରେ ମୃତାହତଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । “ଦିଲ୍ଲୀର ରାଣୀ ଝାନ୍ସି ରୋଡସ୍ଥିତ ଅନାଜ ମଣ୍ଡୀ ପୋଡି ଦୁର୍ଘଟଣା ଅତ୍ୟନ୍ତ ଭୟଙ୍କର । ମୃତାହତଙ୍କ ନିକଟ ପରିଜନଙ୍କ ପ୍ରତି ମୋର ସମବେଦନା । ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି । ଘଟଣାସ୍ଥଳରେ ଅଧିକାରୀମାନେ ସମସ୍ତ ପ୍ରକାର ସହାୟତା ପ୍ରଦାନ କରୁଛନ୍ତି,” ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।
ସ୍ରୋତ-ପିଆବି



