
ଫୁଲବାଣୀ , ୧୫/୦୨/୨୨ (ଜିଲ୍ଲା ଖବର ) : ଫେବୃଆରୀ ୧୪ ଦିନଟି ସାରା ଦେଶ ଭାଲେଣ୍ଟାଇନ ଡେ ପାଳୁଥିବା ବେଳେ ୨୦୧୯ ଫେବୃଆରୀ ୧୪ ରେ

ଜାମ୍ମୁ କାଶ୍ମୀରର ପୁଲବାମା ଠାରେ ଆତଙ୍କବାଦୀ ମାନଙ୍କ ବୋମା ବିସ୍ଫରଣରେ ଦେଶର ୪୦ ଯବାନ ସହିଦ ହୋଇଯାଇଥିଲେ ।

ଏହି ଯବାନ ମାନଙ୍କ ସ୍ମୁତିରେ ଟିମ୍ ହ୍ୟୁମିନୀଟି କନ୍ଧମାଳ ପରିବାର ତରଫରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା

କରିବା ସହିତ ପେଟ୍ରୋଲ ପମ୍ପ ଛକ ଠାରେ ଦୀପ ଦାନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

ଫୁଲବାଣୀ ରୁ ଗୌର ପ୍ରସାଦ ଙ୍କ ସହ ପ୍ରତାପ ଦିଗାଲ ଙ୍କ ରିପୋର୍ଟ୍ ଜିଲ୍ଲା ଖବର ।



