Monday, October 19, 2026
Home ଅପରାଧ ଶ୍ୱଶୁରଙ୍କ ଜମିରେ ପାଣି ମଡ଼େଇବା ବେଳେ ବିଦ୍ୟୁତ ସଂସ୍ପର୍ଶ ଆସି ଜ୍ୱାଇଁଙ୍କ ମୃତ୍ୟୁ l

ଶ୍ୱଶୁରଙ୍କ ଜମିରେ ପାଣି ମଡ଼େଇବା ବେଳେ ବିଦ୍ୟୁତ ସଂସ୍ପର୍ଶ ଆସି ଜ୍ୱାଇଁଙ୍କ ମୃତ୍ୟୁ l

98

ଆସିକା , ୧୪/୦୨/୨୨ (ଜିଲ୍ଲା ଖବର ) : ଶ୍ୱଶୁରଙ୍କ ଜମିରେ ପାଣି ମଡ଼େଇବା ବେଳେ ବିଦ୍ୟୁତ ସଂସ୍ପର୍ଶ ଆସି ଜ୍ୱାଇଁ ଙ୍କ ମୃତ୍ୟୁ l ସୂଚନା ଅନୁଯାଇ ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଅନ୍ତର୍ଗତ କୁମ୍ଭାରୀ ଗ୍ରାମରେ କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ଗୁଡ଼ିଆଳି ଗ୍ରାମର ୫୦ ବର୍ଷୀୟ ଶିବରାମ ବାଡ଼ତ୍ୟା ନିଜ ପରିବାର ସହ ରହିଥିଲେ l ସୋମବାର ସକାଳ ପ୍ରାୟ ୬ ଘଣ୍ଟ ସମୟରେ ନିଜ ଶ୍ଵଶୁର ଗଣପତି ବାଡ଼ତ୍ୟାଙ୍କ ଜମିକୁ ପାଣି ମଡ଼େଇବା ପାଇଁ ଯାଇଥିଲେ l   ସେହି ସମୟରେ ଉକ୍ତ ଜମିରେ ଏକ ବିଦ୍ୟୁତ ଚାଳିତ ପାଣିପମ୍ପ  ସାହାଯ୍ୟରେ ଜମିରେ ପାଣି ମଡ଼େଇବା ବେଳେ କୌଣସି କାରଣ ବଶତଃ  ଜ୍ୱାଇଁ ଶିବରାମ ବାଡତ୍ୟା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି  ଗୁରୁତର ହୋଇଥିଲେ l

ପରିବାର ଲୋକ  ଗୁରୁତର ଅବସ୍ଥାରେ ତାଙ୍କୁ ଆମ୍ବୁଲାନ୍ସ ସାହାଯ୍ୟରେ  ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ l ସେଠାରେ କାର୍ଯ୍ୟରତ ଡାକ୍ତର ଶିବରାମଙ୍କ ମୃତ୍ୟ  ଘୋଷଣା କରିଥିଲେ l

ଏହି ଦୁଃଖଦ ଖବର ଶୁଣି ୩ ନଂ ଜୋନ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ ବି. ମନୋଜ କୁମାର ଦୋରା ଆସିକା ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚିଥିଲେ l

ମୃତକଙ୍କ ପରିବାର ଲୋକଙ୍କୁ ସାନ୍ତ୍ବନା ଦେବା ସହ ଶିବରାମ ବାଡତ୍ୟାଙ୍କ ଶୁଦ୍ଧକାର୍ଯ୍ୟ  ପାଇଁ ୫ ହଜାର ଟଙ୍କା ସହଯୋଗ କରିବା ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଖର୍ଚ୍ଚ ମଧ୍ୟ ପ୍ରଦାନ  କରିଛନ୍ତି l

ଏହି ଘଟଣା ପରେ ସାରା ଗ୍ରାମରେ ଶୋକର ଛାୟା ଖେଳି ଯାଇଛି l