
ଆସିକା,୧୦/୧୨ (ଖିରୋଦ ଚନ୍ଦ୍ର ବେହେରା) : ଆସିକା ମେକ ମାଇକେଲ ସଂସ୍କୃତ ମହାବିଦ୍ୟାଳୟ ଠାରେ ଯୋଗ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଏନଏସଏସ ପକ୍ଷରୁ ଅନୁଷ୍ଟିତ ହୋଇଥିବା ବେଳେ ଏନଏସଏସ କାର୍ଯ୍ୟକ୍ରମ ଅଧିକାରୀ ବାବାନାଥ ମିଶ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱାବାଧାନରେ ଶିବିର ଅନୁଷ୍ଠିତ ହୋଇଥିଲା । । ମୁଖ୍ୟ ଅତିଥି ଭାବେ ଆସିକା ବିଜେଡି ନେତା ତଥା ପତଞ୍ଜଳୀ ଯୋଗ ସମିତି ସଦସ୍ୟ ଦିଲ୍ଲିପ କୁମାର ପାଣିଗ୍ରାହି ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ । ଯୋଗ ପ୍ରଶିକ୍ଷକ ଭାବେ ପତଞ୍ଜଳି ଯୋଗ ସମିତିର ବନୈାଷଧ ବିଜ୍ଞାନୀ ତଥା ଯୋଗଗୁରୁ ପ୍ରସନ୍ନ କୁମାର ଦାଶ ଯୋଗ ଦେଇଥିବା ବେଳେ ପରିବେଶବିତ ଗୁଣ୍ଡିଚା ମହାରଣା ଯୋଗ ସହାୟକ ଭାବେ ଯୋଗ ଦେଇଥିଲେ ।

ଏହି ଯୋଗ ଶିବିର ଦିର୍ଘ ୫ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ବେଳେ ଆଜି ସକାଳ ପ୍ରାୟ ୬ ଘଟଂ ସମୟରୁ ଆରମ୍ଭ ହୋଇ ୯ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶ୍ୱିନୀ କୁମାର ଦାଶଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କିରାଣି , ପିଅନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହ ଯୋଗ କରିଥିଲେ ।



