ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଲାଗି ଶେରଗଡ଼ ପ୍ରଶାସନ ର ଚୂଡାନ୍ତ ପର୍ଯ୍ୟାୟ ରେ ପ୍ରସ୍ତୁତି।

103

ଶେରଗଡ଼ , ୧୪/୦୩/୨୨ (ଜିଲ୍ଲା : ରାଜ୍ୟର ବିଭିନ୍ନ ସ୍ଥାନରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ର ପ୍ରଥମ ପ୍ରର୍ଯ୍ୟାୟ ଭୋଟ ଗ୍ରହଣ ଆସନ୍ତା ୧୬ ତାରିଖ ରୁ ଅନୁଷ୍ଠିତ ହେବାକୁ ଯାଉଛି l

ସେଥିଲାଗି ଜିଲ୍ଲା ପ୍ରଶାସନ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟୟ ରହିଥିବା ବେଳେ

ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ରେ ମଧ୍ୟ ୧୬ ତାରିଖରେ ଅନୁଷ୍ଠିତ ହେବ ଭୋଟଗ୍ରହଣ l

ବ୍ଲକ ର ୨୨ ପଞ୍ଚାୟତ ର ୩୦୧ ବୁଥ ଲାଗି ପ୍ରିଜାଡିଙ୍ଗ ଅଫିସର, ପୁଲିଙ୍ଗ ଅଫିସର ମାନେ ବ୍ଲକ କାର୍ଯ୍ୟାଳୟ ରୁ ନିଜ ନିଜ ବୁଥ ର ବାଲେଟ ବକ୍ସ ଓ ସମସ୍ତ ଆସବାବ ପତ୍ର ସଂଗ୍ରହ କରି ନିଜ ନିଜ ବୁଥ ଅଭିମୁଖେ ଯାଇଛନ୍ତି l

ସେପଟେ ବ୍ଲକ ର ୨୫ ଟି ସମ୍ବେଦନଶିଳ,ଅତି ସମ୍ବେଦନଶିଳ ବୁଥ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରିବା ସହିତ ଶେରଗଡ଼ ପଞ୍ଚାୟତ ୧୨ ନଂ ୱାର୍ଡ ର ବାଳିକା ଉଚ୍ଚ ବିଦ୍ୟାଳୟ ରେ ପିଙ୍କ ବୁଥ ଆୟୋଜନ କରିଛି ପ୍ରଶାସନ l

ରାଜ୍ୟ ନିର୍ବାଚନ କମିଶନର ଙ୍କ ନିୟମ ଅନୁସାରେ ଭିନ୍ନକ୍ଷମ ବ୍ୟକ୍ତି ଓ କରୋନା ପଜେଟିଭ ବ୍ୟକ୍ତି ମାନଙ୍କ ଲାଗି ମଧ୍ୟ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବେଳେ

ସମସ୍ତ ଭୋଟର ଭୋଟଦାନ କରିବାକୁ ଅନୁରୋଧ କରିଛନ୍ତି ଭଞ୍ଜନଗର ଉପଜିଲ୍ଲାପାଳ l