Monday, November 16, 2026
Home ଆଞ୍ଚଳିକ ଗଞ୍ଜାମ ଜିଲ୍ଲାର ୧୧ ନମ୍ବର ଜୋନ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀନୀ ଓ ତାଙ୍କ ସମର୍ଥିତ...

ଗଞ୍ଜାମ ଜିଲ୍ଲାର ୧୧ ନମ୍ବର ଜୋନ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀନୀ ଓ ତାଙ୍କ ସମର୍ଥିତ ସରପଞ୍ଚ, ସମିତି ସଭ୍ୟା ପ୍ରାର୍ଥିନୀଙ୍କ ପ୍ରଚାର ଜୋରଦାର।

69

ଖଲିକୋଟ , ୧୩/୦୨/୨୨ (ଜିଲ୍ଲା ଖବର ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି । ଗାଁ ଗଣ୍ଡାରେ ରାଜନୈତିକ ଉସ୍ମତା ସେତେ ବଢ଼ିବାରେ ଲାଗିଛି।

ପ୍ରାର୍ଥୀମାନେ ପ୍ରଚାର ପ୍ରସାର ପାଇଁ ରାଜନୈତିକ ମୈଦାନକୁ ଓହ୍ଲାଇ ସାରିଲେଣି। ଆଜି ଖଲ୍ଲିକୋଟ ବ୍ଳକ ଅନ୍ତର୍ଗତ ୧୧ ନମ୍ବର ଯୋନରେ ବିଜେଡିର ଜୋରଦାର ପ୍ରଚାର ବେଳେ ଖଲ୍ଲିକୋଟ ବ୍ଳକର ବଧିନୂଆଁପଲ୍ଲୀ ପଞ୍ଚାୟତରେ ଭୋଟରମାନଙ୍କୁ ଭୋଟ ଭିକ୍ଷା କରିଛନ୍ତି ।

ବର୍ତ୍ତମାନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୋନମ ପଲେଇ ଏହି ଜୋନର ଥିବା ବେଳେ ପୁଣି ସେ ଦଳୀୟ ଟିକେଟରେ ଜିଲ୍ଲା ପରିଷଦ ସଭ୍ୟା ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇ ଛନ୍ତି l ଆଜି ବଧିନୂଆଁପଲ୍ଲୀ ପଞ୍ଚାୟତରେ ପ୍ରଚାର ବେଳେ ବିଧାୟିକା ସୂର୍ଯ୍ୟ ମଣି ବୈଦ୍ୟ ପ୍ରଚାରରେ ଯୋଗ ଦେଇଥିଲେ। ସରପଞ୍ଚ ପ୍ରାର୍ଥିନୀ କସ୍ତୁରୀ ସ୍ବାଇଁ ଓ ସମିତି ସଭ୍ୟା ପ୍ରାର୍ଥିନୀ ଏନ ପ୍ରମିଳା ପାତ୍ର ଭୋଟର ମାନଙ୍କୁ ନିଜ ସପକ୍ଷରେ ଭୋଟ ଦେବା ପାଇଁ ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳିଥିଲା।

ସାଙ୍ଗରେ ଦଳୀୟ କର୍ମକର୍ତ୍ତା ଓ ସମର୍ଥକ ମାନେ ପ୍ରଚାରରେ ଭାଗ ନେଇଥିଲେ। ଏହି ପ୍ରଚାରରେ ସ୍ଥାନୀୟ ସରପଞ୍ଚ ବାସୁଦେବ ରାଉତ ଓ ପୂର୍ବତନ ସରପଞ୍ଚ ଚକ୍ର ପାଣି ରାଉତ ନେତୃତ୍ଵ ନେଇଥିଲେ।