Thursday, November 12, 2026
Home ଆଞ୍ଚଳିକ ଚାନ୍ଦୁଲି ପଞ୍ଚାୟତ ରେ ଚାଲିଛି ପ୍ରଚାର ।

ଚାନ୍ଦୁଲି ପଞ୍ଚାୟତ ରେ ଚାଲିଛି ପ୍ରଚାର ।

117

ହିଞ୍ଜିଳିକାଟୁ , ୧୩/୦୨/୨୨ (ଜିଲ୍ଲା ଖବର ) : ସବୁଠେ ଏବେ ପଂଚାୟତ ନିର୍ବାଚନ ମାହୋଲ । ସବୁଠେ ଚାଲିଲାଣି ପ୍ରଚାର । ପ୍ରାର୍ଥୀ ମାନେ ବୁଲିଲେଣି ଘରକୁ ଘର । ଦେଲେଣି ପ୍ରତିଶୃତି । ଏପଟେ ଭୋଟର ମାନେ ମଧ୍ୟ ଭୋଟ ଦେବା ପାଇଁ ଉତ୍ସାହ ସହ ଅପେକ୍ଷା କରିଥିବା ବେଳେ ଗାଁ ଗାଁରେ ଏବେ ଭୋଟ ରାଜନୀତି ତାତି ବଢିବାରେ ଲାଗିଲାଣି ।

ଏହିଭଳି ପରିସ୍ଥିତିରେ ଗଂଜାମ ଜିଲ୍ଲା ହିଂଜିଳିକାଟୁ ବ୍ଳକ ଚାନ୍ଦୁଲି ଗ୍ରାମ ପଞ୍ଚାୟତରେ ଚାଲିଛି ପ୍ରଚାର ଏ ହେଉଛି ହିଂଜିଳିକାଟୁ ବିଧାନସଭା ନିର୍ବାଚନ ମଣ୍ଡଳୀର ଚାନ୍ଦୁଲି ଗ୍ରାମ ପଞ୍ଚାୟତ । ଏହି ଗ୍ରାମ ପଞ୍ଚାୟତ ଏକ ସ୍ଵତନ୍ତ୍ରତା ବହନ କରେ । କାରଣ ଏହି ନିର୍ବାଚନ ମଣ୍ଡଳୀରୁ ହିଁ ମୁଖ୍ୟମନ୍ତ୍ରୀ ବିଧାୟକ ଭାବେ କ୍ରମାଗତ ଭାବେ ନିର୍ବାଚନ ହୁଅନ୍ତି ।

ତେବେ ମାତ୍ର ଦୁଇଖଣ୍ଡ ଗ୍ରାମକୁ ନେଇ ଚାନ୍ଦୁଲି ଗ୍ରାମ ପଞ୍ଚାୟତ ଗଠନ ହୋଇଥିବା ବେଳେ ଏହି ପଂଚାୟତ ଅଧିନରେ ରହିଛି ଚାନ୍ଦୁଲି ଓ ଖଣ୍ଡରା ଗ୍ରାମ । ଏଠାକାର ଭୋଟରଙ୍କ ସଂଖ୍ୟା ୩୫୦୯ ହୋଇଥିବା ବେଳେ ପୁରୁଷ ଭୋଟର ୧୮୮୭ ଓ ମହିଳା ଭୋଟର ୧୬୨୭ । ଏଠାକାର ଓ୍ଵାର୍ଡ ସଂଖ୍ୟା ୧୩ ଟି । ତେବେ ଏଠାକାର ଲୋକେ ପ୍ରାୟତଃ କୃଷି ଉପରେ ନିର୍ଭର କରି ଚଳି ଆସୁଥିବା ବେଳେ ଚଳିତ ପଂଚାୟତ ନିର୍ବାଚନରେ ଏହି ପଂଚାୟତର ସରପଞ୍ଚ ଓ ସମିତି ସଭ୍ୟ ପଦ ଅଣ ସଂରକ୍ଷିତ ରହିଛି । ସମସ୍ତ ପ୍ରାର୍ଥୀଙ୍କୁ ମଧ୍ୟ ନିଜର ଚିହ୍ନ ମିଳିସାରିଲାଣି । ଜମିଲାଣି ପ୍ରଚାର କାର୍ଯ୍ୟ ମଧ୍ୟ ।

ତଥାପି ଅସମୟର ବନ୍ଧୁକୁ ଲୋକେ ଭୋଟ ଦେବା ପାଇଁ ନିଷ୍ପତ୍ତି ନେଇଥିବା କହିଛନ୍ତି ଭୋଟର ମାନେ ଏପଟେ ଏହି ଗ୍ରାମ ପଞ୍ଚାୟତରେ ଚଳିତ ନିର୍ବାଚନରେ ନେଇ ସମସ୍ତ କାନ୍ଥବାଡରେ ମଧ୍ୟ ଲାଗିଗଲାଣି ପ୍ରାର୍ଥୀ ମାନଙ୍କ ବ୍ୟାନର ଓ ପୋଷ୍ଟର । ରଙ୍ଗ ବେରଙ୍ଗର ରେ ସଜେଇ ହୋଇଗଲାଣି ଏହି ଗ୍ରାମ ପଞ୍ଚାୟତ କାନ୍ଥବାଡ ଗୁଡିକ । ସବୁ ପାର୍ଥୀ ମାନେ ଏବେ ସକାଳର ସୂର୍ଯ୍ୟ ଆଲୋକ ବାହାରିବା ମାତ୍ରକେ ନିଜ ନିଜ ସମର୍ଥକଙ୍କୁ ସାଥିରେ ଧରି ଚାଲିଯାଇଥାନ୍ତି ଏହି ସାହିରୁ ସେହି ସାହିକୁ ।

କିଏ ବିକାଶ କଥାକୁ ପାଥେୟ କରି ଭୋଟ ମାଗେ ତ ଆଉ କିଏ ଭୋଟ ଦିଅ ଜିତିଲେ ସବୁ ସମସ୍ୟାର ସମାଧାନ କରିଦେବି କହି ପ୍ରତିଶୃତି ଦେଇଥାଏ ଘରକୁ ଘର ବୁଲି ଭୋଟରଙ୍କୁ ଭୋଟ ଭିକ୍ଷା ମାଗୁଛନ୍ତି । ଅନିତା ସାହୁ ଙ୍କୁ ପରିବାର ପଞ୍ଚାୟତରେ ସେ କରିଥିବା ବିକାଶ କଥାକୁ କହି ଲୋକଙ୍କୁ ଭୋଟ ମାଗୁଥିବା ବେଳେ ସେ ମଧ୍ୟ ନିଶ୍ଚୟ ବିଜୟ ହେବାର ଅ।ଶା ବିଶ୍ଵାସ ରଖିଛନ୍ତି ।

ହିଂଜିଳି କାଟୁ ରୁ ରଜନୀ କାନ୍ତ ପାତ୍ରଙ୍କ ରିପୋର୍ଟ ଜିଲ୍ଲା ଖବର ।