Thursday, November 12, 2026
Home ଆଞ୍ଚଳିକ ଆସିକା ବ୍ଳକ ଅନ୍ତର୍ଗତ ଭେଙ୍କଟରାଇପଲ୍ଲୀ ଗ୍ରାମର ଶ୍ରୀ ମୁକ୍ତେଶ୍ଵର ମହାପ୍ରଭୁ ପ୍ରାଙ୍ଗଣରେ ବିଷୋୟୀ ଓ ଜେନା...

ଆସିକା ବ୍ଳକ ଅନ୍ତର୍ଗତ ଭେଙ୍କଟରାଇପଲ୍ଲୀ ଗ୍ରାମର ଶ୍ରୀ ମୁକ୍ତେଶ୍ଵର ମହାପ୍ରଭୁ ପ୍ରାଙ୍ଗଣରେ ବିଷୋୟୀ ଓ ଜେନା ବଂଶଧରଗଣ ମିଳନ ଉତ୍ସବ ।

229

ଆସିକା , ୧୩/୦୨/୨୨ (ଜିଲ୍ଲା ଖବର ) : ଆସିକା ବ୍ଲକ ଅନ୍ତର୍ଗତ ହରିଡ଼ାପଦର ଗ୍ରାମପଞ୍ଚୟତ ଭେଙ୍କଟରାଇପଲ୍ଲୀ ଗ୍ରାମର ଶ୍ରୀ ଶ୍ରୀ ମୁକ୍ତେଶ୍ଵର ମହାପ୍ରଭୁ ମନ୍ଦିର ପ୍ରଙ୍ଗଣରେ ନିଖିଳ ଉତ୍କଳ ଉଡ୍ର ଖଣ୍ଡାୟତ କାଳିଞ୍ଜି ସମାଜର ବିଷୋୟୀ ଓ ଜେନା ବଂଶଧରଗଣଙ୍କ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l 

କାଳିଞ୍ଜି ସମାଜ ର ଇଷ୍ଟ ଦେବୀ ମା ତାରା ତାରିଣୀ ଙ୍କୁ ପ୍ରଥମେ ଫୁଲ ପୁଷ୍ପରେ ପୂଜାର୍ଚ୍ଚନା  କରି କାଳିଞ୍ଜି ସମାଜର ସଭାପତି ଶ୍ରୀ ଅଭିମନ୍ୟୁ ବିଷୋୟୀ ସଭା କାର୍ଯ୍ୟ ଆରମ୍ଭ  କରିଥିଲେ l

ଏହି ସଭାରେ ସମାଜ କିପରି ଆଗକୁ ସମସ୍ତ କାର୍ଯ୍ୟ କରିବ କାହାର କଣ ଅସୁବିଧା ଥିଲେ ତାହା ସମାଧାନ କରିବ ଓ ଅନ୍ୟାନ୍ୟ ବିଷୟ ଉପରେ ଆଲୋକ ପାତ କରିଥିଲେ l

ଏହି ସଭା ରେ କର୍ଣ୍ଣୋଳି , ସୁନାମୋହି, ଭେଙ୍କଟରାଈପଲ୍ଲୀ, ଚେରମାରିଆ, ବଡ ଆଗୁଳ, ସାନ ଚଢିଆପଡ଼ା, ବାଲ୍ୟସରା , ସୁନ୍ଦରାପଡ଼ା, ପାତ୍ରପୂର, ଖମାର ଇତ୍ୟାଦି ଗ୍ରାମ ର ବିଷୋୟୀ ଓ ଜେନା ବଂଶଧରମାନେ ଅଂଶ ଗ୍ରହଣ କରିଥିଲେ l

ଏହି ସଭା ରେ ଭେଙ୍କଟରାଈପଲ୍ଲୀ ବିଷୋୟୀ ପୁଞ୍ଜା ର କମିଟି ବୃନ୍ଦ ତଥା ଶ୍ରୀ ସହଦେବ ବିଷୋୟୀ, ରାମହରି ବିଷୋୟୀ, ଅଭିମନ୍ୟୁ ବିଷୋୟୀ, ଦୀନବନ୍ଧୁ ବିଷୋୟୀ, ପିଙ୍କୁ ବିଷୋୟୀ,

ଟୁକୁନା ବିଷୋୟୀ, ତରଣୀ ସେନ ବିଷୋୟୀ, ନାରାୟଣ ବିଷୋୟୀ, ଅଶୋକ କୁମାର ବିଷୋୟୀ, କବିରାଜ ବିଷୋୟୀ, ସୁଦାମ ବିଷୋୟୀ ସଭା ରେ ସହଯୋଗ କରିଥିଲେ।