Monday, November 16, 2026
Home ଆଞ୍ଚଳିକ ପୁଅ ପାଇଁ ବୁଢ଼ୀ ମା ର ଭୋଟ ଭିକ୍ଷା।

ପୁଅ ପାଇଁ ବୁଢ଼ୀ ମା ର ଭୋଟ ଭିକ୍ଷା।

85


ହରିଡାପଦର , ୧୩/୦୨/୨୨ (ଜିଲ୍ଲା ଖବର ) : ଏବେ ଧୀରେ ଧୀରେ ଜମୁଛି ଗାଁ ରାଜ ନୀତି ।

ଭୋଟରଙ୍କୁ ଆପଣାଇବା ପାଇଁ ବିଭିନ୍ନ ରଙ୍ଗ ଭଙ୍ଗୀରେ ପ୍ରାର୍ଥିଙ୍କ ନାମରେ ଗୀତ ଗଢି ଗାଁ ଗାଁକୁ ବୁଲି ଡାକ ବାଜି ଯନ୍ତ୍ର ରେ କରାଯାଉଛି ପ୍ରଚାର। ପ୍ରତି ଗାଁ ରେ ମାଳ ମାଳ ପୋଷ୍ଟର ଆଉ ବ୍ୟାନର। ଗାଁ ର କାନ୍ଥ ବାଡ଼ରେ ପ୍ରାର୍ଥିଙ୍କ ପୋଷ୍ଟର ର ସୁଅ।

ହେଲେ ଏଭଳି ପ୍ରଚାର ରଣାଙ୍ଗନ ରେ ପ୍ରାର୍ଥିମାନେ ପରସ୍ପର ମଧ୍ୟରେ ଲୋକଙ୍କ ମନ ଜିଣି ଆସନ ହଟେଇବା କୁ ଉଦ୍ୟମ କରୁଥିବା ବେଳେ ଆସିକା ବ୍ଲକ ହରିଡାପଦର ଗ୍ରାମ ପଞ୍ଚାୟତ ରୁ ଆସିଛି ଏକ ଭିନ୍ନ ଚିତ୍ର।

ପଞ୍ଚାୟତରେ ସରପଞ୍ଚ ପ୍ରାଥି ରୂପେ ମୈଦାନକୁ ଓଲ୍ହାଇ ଥିବା ପ୍ରଫୁଲ୍ଲ ବେହେରା ନାମକ ଜଣେ ପ୍ରାର୍ଥି ପଦରେ ଚାଲି ଚାଲି ଗାଁ କୁ ଗାଁ ଯାଇ ଭୋଟ ଭିକ୍ଷା କରୁଛନ୍ତି।ଏପରିକି ଭୋଟ ପ୍ରଚାର ପାଇଁ ସେ ଡାକ ବାଜି ଯନ୍ତ୍ର ବ୍ୟବହାର କାରିବା ସମର୍ଥ ନଥିବା କହିଛନ୍ତି ।

ନିଜର ଦୁଇ ଜଣ ଭାଇ ଓ ୬୦ ବର୍ଷ ର ବୁଢ଼ୀ ମାଙ୍କୁ ନେଇ ସେ ଭୋଟ୍ ଭିକ୍ଷା କରୁଛନ୍ତି। ଏପଟେ ଗାଁ କୁ ଗାଁ ଘରକୁ ଘର ଯାଇ ୬୦ ବର୍ଷର ବୁଢ଼ୀ ମା ନିଜ ପୁଅ ପାଇଁ ଗୋଟିଏ ଭୋଟ୍ ଦେଇ ତାକୁ ଜିତାଇବାକୁ ଲୋକଙ୍କୁ କହୁଛନ୍ତି ।