Home ଆଞ୍ଚଳିକ ଆସିକାରେ ତାଲୁକ ଲିଗାଲ ସର୍ଭିସ କମିଟି ପକ୍ଷରୁ ବିଶ୍ୱ ମାନବ ଅଧିକାରୀ ଦିବସ ପାଳିତ

ଆସିକାରେ ତାଲୁକ ଲିଗାଲ ସର୍ଭିସ କମିଟି ପକ୍ଷରୁ ବିଶ୍ୱ ମାନବ ଅଧିକାରୀ ଦିବସ ପାଳିତ

31

ଆସିକା,୧୦/୧୨(ଖିରୋଦ ଚନ୍ଦ୍ର ବେହେରା) ; ଆସିକା ତାଲୁକ ଲିଗାଲ ସର୍ଭିସ କମିଟି ପକ୍ଷରୁ ବିଶ୍ୱ ମାନବ ଅଧିକାରୀ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଆସିକା ମେକ ମାଇକେଲ ସଂସ୍କୃତ ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା । ତାଲୁକ ଲିଗାଲ ସର୍ଭିସେସ କମିିଟି ଅଧ୍ୟକ୍ଷ ତଥା ଏଡିଜେ ସୁଶ୍ରୀ ରାଜଲକ୍ଷ୍ମୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଶ୍ୱ ମାନବ ଅଧିକାର ଦିବସ ପାଳିତ ହୋଇଥିବା ବେଳେ ମୁନସିଫ ଚିନ୍ମୟୀ ଜେନା,ଜେଏମଏଫସି ସୂର୍ଯ୍ୟକାନ୍ତ ଆଚାର୍ଯ୍ୟ,ଜେଏମଏଫଏସ ସ୍ୱୟଂପ୍ରଭା ସ୍ୱାଇଁ,ସବଜଜ୍ ସୂଜତା ପ୍ରିୟମ୍ବତା ସ୍ୱାଇଁ, ଆସିକା ଓକିଲ ସଂଘ ସଭାପତି ସରୋଜ କୁମାର ତ୍ରିପାଠି, ମେକ ମାଇକେଲ ସଂସ୍କୃତ ମହାବିଦ୍ୟାଳୟ ଅଧ୍ୟକ୍ଷ ଅଶ୍ୱିନୀ କୁମାର ଦାଶ ପ୍ରମୁଖ ଯୋଗ ଦେଇଥିଲେ । ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଅତିଥି ମାନଙ୍କୁ ପୁଷ୍ପଗୁଛ ପ୍ରଦାନ କରାଯାଇ ମଚଂ ନିକଟକୁ ପାଛୋଟି ନିଆଯାଇଥିଲା । ଏହାପରେ ଶିଶିର କୁମାର ମିଶ୍ର ଓ ସନାତନ ପଣ୍ଡାଙ୍କ ବେଦପାଠ ମନ୍ତ୍ର ଧ୍ୱନୀରେ ଅତିଥି ମାନଙ୍କ ଦ୍ୱାରା ପ୍ରଦିପ ପ୍ରଜ୍ଜଳନ କରାଯାଇଥିଲା । ମହାବିଦ୍ୟାଳୟ ଅଧ୍ୟକ୍ଷ ଅଶ୍ୱିନୀ କୁମାର ଦାଶ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଜାତୀୟ ସେବା ଯୋଜନା ଅଧିକାରୀ ବାବାନାଥ ମିଶ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ଅବସରରେ ଏଡିଜେ ସୁଶ୍ରୀ ରାଜଲକ୍ଷ୍ମୀ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ ମାନବ ଅଧିକାର ପାଇଁ ଶାନ୍ତି ଜରୁରୀ ବୋଲି ମତବ୍ୟକ୍ତ ରଖିଥିଲେ । ମାନବିକ ଅଧିକାର ପାଇଁ ଶାନ୍ତି ହେଉଛି ବଳିଷ୍ଠ ମାଧ୍ୟମ ଏବଂ ଗଣମାଧ୍ୟମର ଏଥିରେ ଦୈତ ଭୁମିକା ରହିଛି ।

ଆଇନଜୀବୀ ଶିବ ଶଙ୍କର ପାତ୍ର ଏହି କାର୍ଯ୍ୟକ୍ରମ ଅବସରରେ ମାନବିକ ଅଧିକାରର ବିଭିନ୍ନ ଦିଗ ସମ୍ପର୍କରେ ଆଲୋକପାତ କରିବା ସହିତ ଏହାର ଆଇନଗତ ସହାୟତା ସମ୍ପର୍କରେ ମଧ୍ୟ ଆଲୋକପାତ କରିଥିଲେ । ମାନବ ଅଧିକାର ପ୍ରତ୍ୟେକ ବ୍ୟକ୍ତିର ମୈାଳିକ ଅଧିକାର ଏହାର ସୁରକ୍ଷା ଏକ ସାମାଜିକ ଦାୟିତ୍ୱ ବୋଲି ମତ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ସେକ୍ରେଟାରୀ ଛବିଳରାମ ମିଶ୍ର,ଆଇନଜୀବୀ ଅଜି କୁମାର ପଟ୍ଟନାୟକ, ଜୟଚନ୍ଦ୍ର ନାୟକ,ଜି.ସୂର୍ଯ୍ୟ ପ୍ରକାଶ ରାଓ,ସରକାରୀ ଓକିଲ ଦ୍ୱାରିକା ନାଥ ପରିଡା,ସୁଧାଂଶୁ ପାଣିଗ୍ରାହି, ନାରାୟଣ ମୁନୀ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ପ୍ରାୟ ୨ଶହରୁ ଉର୍ଦ୍ଦ ଛାତ୍ରଛାତ୍ରୀ ଯୋଗ ଦେଇଥିବା ବେଳେ ବାବାନାଥ ମିଶ୍ର, ସନାତନ ପଣ୍ଡା, ଶିଶର କୁମାର ମିଶ୍ର, ଇଂରାଜୀ ଅଧ୍ୟାପକ ମନୋରଞ୍ଜନ ସାହୁ, ଓଡିଆ ଅଧ୍ୟାପିକା କବିତା କୁମାରୀ ଦାଶ,କିରାଣୀ ଟୁନା ମହାରଣା, ଜୁରିଆ ନାହକ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ ସଫଳ ରୁପାୟନ ପାଇଁ ସହଯୋଗ କରିଥିଲେ ।