
କାଳଷଣ୍ଢପୁର , ୧୨/୦୨/୨୨ (ଜିଲ୍ଲା ଖବର ) : ନିର୍ବାଚନକୁ ନେଇ ଗ୍ରାମାଞ୍ଚଳରେ ରାଜନୈତିକ ବାତାବରଣ ସରଗରମ ହେବାରେ ଲାଗିଛି ।
କାଳଷଣ୍ଢପୁର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀନୀ ଶ୍ରୀମତି ମିନାକ୍ଷୀ ବେହେରା ଖୋଲା ଛତା ଚିହ୍ନ ଓ ସମିତି ସଭ୍ୟା ପ୍ରାର୍ଥିନୀ ଶ୍ରୀମତି ଡଲି ରାଣୀ ଦାଶ କେଟେଲ ଚିହ୍ନ ପାଇଁ ଘର ଘର ବୁଲି ଭୋଟ ନିବେଦନ କରୁଛନ୍ତି ।

ଦୁର୍ନୀତି ମୁକ୍ତ ସ୍ୱଚ୍ଛ ଶାସନ ଉପରେ ଗୁରୁତ୍ୱ ଦେଇ ପଞ୍ଚାୟତ ବାସୀଙ୍କୁ ଭୋଟ ଭିକ୍ଷା କରିବା ସହ ଆଶିର୍ବାଦ କାମନା କରିଛନ୍ତି ଶ୍ରୀମତୀ ମିନାକ୍ଷୀ ବେହେରା ଓ ଶ୍ରୀମତୀ ଡଲି ରାଣୀ ଦାଶ ।

କାଳଷଣ୍ଢପୁର ପଞ୍ଚାୟତକୁ ଏକ ବିକଶିତ ଓ ସମୃଦ୍ଧି ପଞ୍ଚାୟତ ରୂପେ ଗଠନ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ।

ପ୍ରଚାରରେ ମହିଳା ଓ ଯୁବଗୋଷ୍ଠୀ ମାନେ ସାମିଲ ହୋଇଛନ୍ତି । ପୁଡୁଗେଶ୍ୱର ପଲ୍ଲୀ , କଇଁଫୁଲିଆ ଓ ନୂଆଗାଁ ଗ୍ରାମବାସୀ ମାନଙ୍କୁ ଘର ଘରକୁ ଯାଇ ଭୋଟ ଭିକ୍ଷା କରିଛନ୍ତି ।


