Monday, October 12, 2026
Home ଆଞ୍ଚଳିକ ପଣ୍ଡିତ ଘନଶ୍ୟାମ ମିଶ୍ରଙ୍କ ଦ୍ବାଦଶାହରେ ବେଦଯଜ୍ଞ ।

ପଣ୍ଡିତ ଘନଶ୍ୟାମ ମିଶ୍ରଙ୍କ ଦ୍ବାଦଶାହରେ ବେଦଯଜ୍ଞ ।

158

ବୁଗୁଡା , ୧୨/୦୨/୨୨ (ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ବ୍ଲକ ଅନ୍ତର୍ଗତ ମାଣିତରା ଗ୍ରାମ ପଞ୍ଚାୟତର ଭୋଗଡା ଗ୍ରାମର ପ୍ରଖ୍ୟାତ ପଣ୍ଡିତ ଘନଶ୍ୟାମ ମିଶ୍ରଙ୍କ ଦ୍ବାଦଶାହରେ ବେଦଯଜ୍ଞ ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ପ୍ରଭାତରୁ ସୁର୍ଯ୍ୟ ପୁଜା,ମଙ୍ଗଳା ଚରଣ ସହ ଘୃତଯଜ୍ଞ ଓ ବେଦଯଜ୍ଞ ହୋଇଥିଲା ।

ତା’ପରେ ସନ୍ଧ୍ୟା ସମୟରେ ଘୃତଯଜ୍ଞର ପାରମ୍ପାରିକ ନିତୀନିୟମ ଅନୁଯାୟୀ ଦୁର୍ଗାମାଧବ ପାଣିଙ୍କ ପୌରୋହିତ୍ୟରେ ପୂର୍ଣ୍ଣାହୁତି ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ଗୌରୀ କୁମାର ମିଶ୍ର,ଉମାଚରଣ ମିଶ୍ର,କାଳୀଚରଣ ମିଶ୍ର,ଚକ୍ରଧର ମିଶ୍ର,ଶ୍ରୀ ବଳଦେବଜୀଉ ମହିଳା ମହାବିଦ୍ୟାଳୟର ଅଧ୍ୟାପକ ବିଭୂତି ଭୂଷଣ ମିଶ୍ର ଏବଂ ମଦନମୋହନ ପାଠାଗାର ଓ ସାହିତ୍ୟ ସଂସଦ ସମ୍ପାଦକ ତ୍ରିଲୋଚନ ପଣ୍ଡା ସକ୍ରିୟ ଅଂଶଗ୍ରହଣ କରି ସ୍ବର୍ଗତ ମିଶ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ତାଙ୍କରି ଗୁଣଗାନ କରି ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ ।

ଏବଂ ଏହି ଅଞ୍ଚଳରେ ଜଣେ ବରିଷ୍ଠ ଓ ବଳିଷ୍ଠ କର୍ମକାଣ୍ଡ ପ୍ରବୀଣଙ୍କୁ ହରାଇଲା ବୋଲି ମତବ୍ୟକ୍ତ କରିଥିଲେ ।