Home ଆଞ୍ଚଳିକ ପୂର୍ବତନ ବିଧାୟକ ଙ୍କ ଅକାଳ ବିୟୋଗ ।

ପୂର୍ବତନ ବିଧାୟକ ଙ୍କ ଅକାଳ ବିୟୋଗ ।

130

ଯାଜପୁର , ୧୨/୦୨/୨୨ (ଜିଲ୍ଲା ଖବର ) : ଧର୍ମଶାଳା ର ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା କାଙ୍ଗାଳି ଚରଣ ପଣ୍ଡା ଙ୍କ ଆଜି ଅକାଳ ବିୟୋଗ ଘଟିଛି । ଆଜି ଭୋରୁ ନିତ୍ୟକର୍ମ ସାରି ଚେୟାର ରେ ବସି ପାନ ଖାଉଥିବା ବେଳେ ହଠାତ୍ ଚେୟାର ରୁ ଗଲି ପଡିଥିଲେ ।

ସେହିଠାରେ ହିଁ ତାଙ୍କର୍ ପ୍ରାଣ ବାୟୁ ଉଡିଯାଇଥିଲା । ମୃତ୍ୟୁବେଳକୁ ତାଙ୍କୁ ୮୦ ବର୍ଷ ପାଖାପାଖି ହୋଇଥିଲା । ଖବର ପାଇ ତାଙ୍କ ଭୁବନେଶ୍ବର ବାସଭବନରେ ପୂର୍ବତନ ମନ୍ତ୍ରୀ ସୀତାକାନ୍ତ ମହାପାତ୍ର, କଂଗ୍ରେସ ନେତା କିଷାନ ପଣ୍ଡା, ବସନ୍ତ ପରିଡା ଓ ପ୍ରଫୁଲ ରାୟ ପ୍ରମୂଖ ବହୁ ବରିଷ୍ଠ ନେତାମାନେ ପହଂଚି ଶେଷ ଦର୍ଶନ କରିଥିଲେ । ଏହାପରେ ତାଙ୍କ ମରଶରୀରକୁ ଧର୍ମଶାଳା ନିର୍ବାଚନ ମଣ୍ଡଳୀର ଜାରକା ଅଣାଯାଇଥିଲା ।

ମହୋତ୍ସବ ପଢିଆରେ ଅୟୋଜିତ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ବିଧାୟକ ପ୍ରଣବ ବଳବନ୍ତରାୟ ଙ୍କ ସମେତ କଂଗ୍ରେସ ଓ ବିଜେଡିର ନେତା ଓ କର୍ମୀ ମାନେ ଶେଷ ଦର୍ଶନ କରି ପୁଷ୍ପମାଲ୍ଯ ଅର୍ପଣ କରିଥିଲେ । ଅନ୍ୟ ମାନଙ୍କ ବ୍ଲକ ଅଧ୍ୟକ୍ଷ ପ୍ରଭାତ ବଲବନ୍ତ ରାୟ, ଜିଲା ସାଧରଣ ସମ୍ପାଦକ ମିହିର ଖୁଣ୍ଟିଆ ମଧ୍ୟରେ ପିସିସି ସମ୍ପାଦକ ଉମେଶ ଜେନା, ପୂର୍ବତନ ଜିଲା ସଭାପତି ଶ୍ରୀନାଥ ମିଶ୍ର, ମାନସ ରଞ୍ଜନ କର, ବିକାଶ ପରିଷଦ ସଭାପତି ଶ୍ରୀକାନ୍ତ ସାହୁ ପ୍ରମୂଖଙ୍କ ସମେତ ବହୁ ବ୍ୟକ୍ତି ଶବଧାର ରେ ସାମିଲ ହୋଇଥିଲେ ।

ସ୍ଵର୍ଗତ ପଣ୍ଡା ୧୯୮୦ ଓ ୧୯୮୫ ରେ ଦୁଇଥର ବିଧାୟକ ହୋଇଥିଲେ । ପରବର୍ତ୍ତୀ ସମୟରେ ୪ ଟି ନିର୍ବାଚନ ହାରି ଯାଇ ଥିଲେ । ବିଧାୟକ୍ ପୂର୍ବରୁ ସେ ରସୁଲପୁର ବ୍ଲକ ଅଧ୍ୟକ୍ଷ ମଧ୍ଯ ଥିଲେ ।

ସେ ଥିଲେ ଜନେ ଜନପ୍ରିୟ ନେତା । ଦଳମତ ନିର୍ବିଶେଷରେ ତାଙ୍କ ବ୍ୟବହାର ପାଇଁ ସମସ୍ତେ ଭଲ ପାଉଥିଲେ । ତାଙ୍କ ସମୟରେ ଏହି ନିର୍ବାଚନ ମଣ୍ଡଳୀରେ ତହସିଲ, କଲେଜ, ସ୍କୁଲ, ଉଠା ଜଳସେଚନ ଆଦି ଅଫିସ ସ୍ଥାପନ ସହ ଅନେକ୍ ବିକାଶ ମୂଳକ କାର୍ଯ୍ୟ ହୋଇଛି l

ଯାଜପୁର ରୁ ପ୍ରମୋଦ ରାଉତ ଙ୍କ ରିପୋର୍ଟ ଜିଲ୍ଲା ଖବର l