Home ଆଞ୍ଚଳିକ କାମ କୁ ଆସୁନି ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ ବୀମା କାର୍ଡ,ଭାଗ୍ୟ କୁ ଆଦରି ପଡିରହିଛନ୍ତି...

କାମ କୁ ଆସୁନି ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ ବୀମା କାର୍ଡ,ଭାଗ୍ୟ କୁ ଆଦରି ପଡିରହିଛନ୍ତି ଡମ୍ବରୁ ଜାନି ।

166

ନବରଙ୍ଗପୁର , ୧୨/୦୨/୨୨ (ଜିଲ୍ଲା ଖବର ) : ରାଜ୍ୟ ସରକାର ସମସ୍ତ ପରିବାରକୁ ବିଜୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ପୁରୁଷ ମାନଙ୍କୁ ୫ ଲକ୍ଷ ଓ ମହିଳା ମାନଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସେବା ଯୋଗେଇ ଦେବାପାଇଁ ସମସ୍ତ ପରିବାରକୁ ବିଜୁ ସ୍ୱାସ୍ଥ୍ୟ ବୀମା କାର୍ଡ ବଣ୍ଟନ କରିଛନ୍ତି l


କିନ୍ତୁ ଏହି କାର୍ଡ କୌଣସି କାମକୁ ଆସୁନ ଥିବାର ଅଭିଯୋଗ ହୋଇଛି ଏହିଭଳି ଦେଖିବାକୁ ମିଳିଛି

ନବରଙ୍ଗପୁର ଜିଲ୍ଳା ନନ୍ଦାହାଣ୍ଡି ବ୍ଳକ ମେଣ୍ଟ୍ରି ପଞ୍ଚାୟତ ଅନ୍ତର୍ଗତ ବାଦୀଗୁଡା ଗାଁ ର ଡମ୍ବରୁ ଜାନି (୪୫ )ଙ୍କ ସହିତ ।

ସେ କିଛି ଦିନ ହେଲା ପେଟରେ ଯନ୍ତ୍ରଣା ହେବାରୁ ନବରଙ୍ଗପୁର ସରକାରୀ ମେଡ଼ିକାଲକୁ ଯାଇ ଭଲ ନ ହେବାରୁ ସେ ନବରଙ୍ଗପୁର ଜର୍ମାନୀ ମେଡ଼ିକାଲକୁ ଗତ ତା -୦୮/୦୨/୨୨ ରିଖ ଯାଇଥିଲେ ।

ସେଠାରେ ସେ ଏହି ସ୍ୱାସ୍ଥ୍ୟ ବୀମା କାର୍ଡ ଦେଖାଇ ଥିଲେ । ତାଙ୍କୁ ମେଡ଼ିକାଲର ଅଧିକାରୀ ଏହି କାର୍ଡ ଚଳିବ ନାହିଁ ବୋଲି କହି ପ୍ରଥମେ ୫୦୦୦ ଟଙ୍କା ଦେବାପାଇଁ କହିଥିଲେ l

ସେ ଦୁଇଦିନ ଚିକିତ୍ସାଚିତ ହେବାପରେ ତାଙ୍କୁ ବିଶାଖପାଟଣା ନେବାପାଇଁ ପରାମର୍ଶ ଦେଇ ୨୯୭୨ ଟଙ୍କା ନେଇଥିଲେ l

ଏହି ଯୋଜନା କଣ ପାଇଁ କାହା ଉଦ୍ଦେଶ୍ୟ, କାହିଁକି କରାଯାଇଛି,ତାକୁ ନେଇ ଉଠିଛି ବଡ଼ ପ୍ରଶ୍ନ?ରାଜ୍ୟ ସରକାର ଗରିବ ମାନଙ୍କ ପାଇଁ ସବୁ ଯୋଜନା କରାଯାଉଛି ବୋଲି ବାହାସ୍ପଟ ମାରୁଥିବାବେଳେ ଏବେ ତାହା ପଦାରେ ପଡିଛି lସେ ଜଣେ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ମେଡ଼ିକାଲ ଖର୍ଚ୍ଚ ପାଇଁ କୌଣସି ସମ୍ବଳ ନାହିଁ କି ଯିବା ପାଇଁ ସାହାସ ମଧ୍ୟ ନାହିଁ ଏଣୁ ଭାଗ୍ୟକୁ ଆଦରି ନିଜ ରେ ପଡିରହିଛନ୍ତି ଡମ୍ବରୁ କେବେ ତାଙ୍କ ଗୁହାରି ଶୁଣୁଛନ୍ତି ସରକାର ଦେଖିବାର ବାକି ରହିଲା ।


ନବରଙ୍ଗପୁର ରୁ ବିଷ୍ଣୁ ପ୍ରସାଦ ବିଷୋୟୀ ଙ୍କ ରିପୋର୍ଟ