Home ଆଞ୍ଚଳିକ ଜିଅନ୍ତା ମାଛ ଧରି ଇଞ୍ଜିନିଅର ଛାତ୍ର ରାମନାଥ ଜାନି ଙ୍କ ଭୋଟ ଭିକ୍ଷା ।

ଜିଅନ୍ତା ମାଛ ଧରି ଇଞ୍ଜିନିଅର ଛାତ୍ର ରାମନାଥ ଜାନି ଙ୍କ ଭୋଟ ଭିକ୍ଷା ।

124

ନବରଙ୍ଗପୁର , ୧୨/୦୨/୨୨ (ଜିଲ୍ଲା ଖବର ) : ସମସ୍ତେ ନିଜ ନିଜର ଅଭିନଵ ଉପାୟରେ ଭୋଟରଙ୍କୁ ଆକୃଷ୍ଟ କରିବାପାଇଁ ଭୋଟ ଭିକ୍ଷା କରୁଛନ୍ତି l

ଏହି ପରିପେକ୍ଷୀ ରେ ଆଜି ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ତେନ୍ତୁଳୀଖୁଣ୍ଟି ବ୍ଲକ ମଞ୍ଚାଗାଁ ପଂଚାୟତ ର ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ଇଂ ରାମନାଥ ଜାନି ଅଭିନଵ ଉପାୟରେ ଜିଅନ୍ତା ମାଛଧରୀ ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି l

ସୂଚନା ମୁତାବକ ଇଂ ରାମନାଥ ଜାନି ନିଜ ସମର୍ଥକଙ୍କ ସହ ସର୍ବପ୍ରଥମେ ମଞ୍ଚଗାଁ ପଂଚାୟତ ର ବୁଡି ଠାକୁରାଣୀ

ଏବଂ ମା ମାଣିକେଶ୍ବରୀ ଙ୍କ ପାଖରେ ନଡ଼ିଆ ଭାଙ୍ଗି ପୂଜା ପଦ୍ଧତି କରି ମା ଙ୍କ ଆଶୀର୍ବାଦ ନେଇ ପ୍ରଚାର ମୈଦାନକୁ ଜିଅନ୍ତା ମାଛ ଧରି ମଞ୍ଚାଗାଁ, ବଙ୍ଗଳାଗୁଡା, ବିରିଗୁଡା, ବେଡାପଦର, କେନ୍ଦୁଗୁଡା, ବାରିଆଘାଟ ସମେତ ପଂଚାୟତ ର ସମସ୍ତ ଗ୍ରାମବୁଲି ଲୋକମାନଙ୍କୁ ଭୋଟ ଦେବାକୁ ନିବେଦନ କରିଥିଲେ l

ଏବଂ ଅଂଚଳର ସମସ୍ତ ପ୍ରକାର ଅସୁବିଧା ରାସ୍ତାଘାଟ ରୁ ଆରମ୍ଭ କରି ପାନିଅ ଜଳ, ଡ୍ରେନ ସମସ୍ୟା, ଉପଯୁକ୍ତ ହିତାଧିକାରୀ ଙ୍କୁ ଆବାସଗୃହ ପେନସନ, ଯୋଗେଇଦେବାକୁ ପ୍ରତିଶୃତି ଦେଇଥିଲେ l

ପଂଚାୟତ ର ସେ ଜଣେ ଉଚ୍ଚ ଶିକ୍ଷିତ ହୋଇଥିବାରୁ ବହୁମାତ୍ରାରେ ସମର୍ଥନ ଦେଖିବାକୁ ମିଳୁଛି l

ନବରଙ୍ଗପୁର ରୁ ବିଷ୍ଣୁ ପ୍ରସାଦ ବିଷୋୟୀ ଙ୍କ ରିପୋର୍ଟ