ବ୍ରହ୍ମପୁର, ୯/୧୨ (ବ୍ୟୁରୋ) ; ରବିବାର ଦିନ ସ୍ଥାନୀୟ ପୁରୁଣା ବ୍ରହ୍ମପୁର ମେଣ୍ଟୁ ଛକ ବୀର ହନୁମାନ ସେବା ପରିଷଦ ପରିସରରେ ମାସ୍କୋ ଓ କାର୍ପ ର ୧୯ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବ୍ରହ୍ମପୁର ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡା ଯୋଗଦେଇ ଶିବିରକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିବା ସହ ଅଞ୍ଚଳ ବାସୀଙ୍କ ଏପରି ଜନହିତ କାର୍ୟ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ । ମୁଖ୍ୟ ବକ୍ତା ଭାବରେ ଡାକ୍ତର ରମେଶ ଚନ୍ଦ୍ର ଚିୟାଊପଟନାୟକ, ସମ୍ମାନିତ ବକ୍ତା ଭାବେ ସ୍ବ ଶକ୍ତି ଜାଗରଣ ସେବା ସଂସ୍ଥାର ପ୍ରତିଷ୍ଠାତା ଶ୍ରୀ କ୍ରୀଷ୍ଣାଜୀ ଭାୟାଜୀ ଓ ଅନ୍ୟତମ ଅତିଥି ଭାବେ ପୂର୍ବତନ ବିଡିଏ ଅଧ୍ୟକ୍ଷ ସୁବାସ ମହାରଣା, ବୀର ହନୁମାନ ସେବା ପରିଷଦ ସଭାପତି ପ୍ରଦୀପ କୁମାର ସାହୁ, ବରିଷ୍ଠ ଚିକିତ୍ସକ ଡା ନକୁଳ ସାହୁ, ଶ୍ରୀମତୀ ଦେବୀପ୍ରଭା ରଥ,ଡା ଅଭୟ କୁମାର ନାୟକ, ଯୁବନେତା ଚିତ୍ରସେନ ମହାପାତ୍ର, ବରିଷ୍ଠ ଆଇନଜୀବୀ ତଥା ସମାଜସେବୀ ଲଳିତ ମୋହନ ମଙ୍ଗରାଜ, ଡା ଚନ୍ଦ୍ରମଣି ସ୍ବାଇଁ, ବିଜୁ ପଟ୍ଟନାୟକ ଭେଷଜ ମହାବିଦ୍ୟାଳୟର ପୂର୍ବତନ ଅଧକ୍ଷ ପ୍ରଫେସର ଡା ଉପେନ୍ଦ୍ର ନାଥ ଦାସ,ସମାଜସେବୀ ଉଦୟ ବେହେରା ପ୍ରମୁଖ ମଞ୍ଚାସିନ ଥିଲେ ସଂପାଦକ ଡା ରାମକୃଷ୍ଣ ସାହୁ ସଭା ପରିଚାଳନା କରିବା ସହ ସମାଜସେବା ପାଇଁ ଅନିଲ କୁମାର ଚୌଧୁରୀଙ୍କୁ ,ସାହିତ୍ୟ ପାଇଁ ଆର ସୁନନ୍ଦା ଚୌଧୁରୀ ଓ ସ୍ବର୍ଣ୍ଣମୟୀ ପାଢୀ,ଚିକିତ୍ସା ପାଇଁ ପ୍ରଫେସର ଡା ଉପେନ୍ଦ୍ର ନାଥ ଦାସ ଓ ଅଭୟ କୁମାର ନାୟକଙ୍କୁ ସମ୍ବୋଧିତ କରାଯାଇଥିଲା ।ଧନଜଂୟ ରାଓ,ଲକ୍ଷ୍ମୀ ପାଢୀ, ବିଜେଡି ମହିଳା ସଭାନେତ୍ରୀ ସଂଘମିତା ଦଳାଇ, ଅଜିତ ପଣ୍ଡା, ବନମାଳି ସେଠୀ ଓ କାଳି ପ୍ରସାଦ ପାଢ଼ୀ (ବୁଢୁ) ଙ୍କୁ ସମ୍ମାନିତ କରାଯାଇଥିଲା । ଶଙ୍କର ଚକ୍ଷୁ ଚିକିତ୍ସାଳୟ ତରଫରୁ ଆୟୋଜିତ ଚକ୍ଷୁ ଶିବିରରେ ପ୍ରାୟ ୨୦୦ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା ଏଥିରୁ ପାଖାପାଖି ୬୦ ଜଣଙ୍କୁ ଚଷମା ଦିଆଯାଇଛି ଏବଂ ୬୫ ଜଣଙ୍କୁ ଚକ୍ଷୁ ଅପରେସନ ପାଇଁ ସଂପୂର୍ଣ୍ଣ ମାଗଣାରେ ରହିବା ଖାଇବା ସହ ନେବା ଆଣିବା ବ୍ୟବସ୍ଥା ଶଙ୍କର ଚକ୍ଷୁ ଚିକିତ୍ସା ଳୟ ତରଫରୁ କରାଯାଇ ଅପରେସନ ପାଇଁ ଶଙ୍କର ଚକ୍ଷୁ ଚିକିତ୍ସା ଳୟକୁ ନିଆଗଲା । ଶଙ୍କର ଚିକିତ୍ସାଳୟର କର୍ମଚାରୀଙ୍କ ସହ ନଳିନୀ କାନ୍ଥ ରାଉତ ଶିବିରକୁ ପରିଚାଳନା କରିଥିଲେ ଏହି କାର୍ୟ୍ୟକ୍ରମରେ କାଳି ପ୍ରସାଦ ପାଢ଼ୀ ବୁଢୁ, କୈଳାଶ ଘଡେଇ, ରବିନ୍ଦ୍ର ସାହୁ, ମିଟୁ ଦାଶ,ଦୁଶ୍ମନ୍ତ ଘଡେଇ, ବାବୁଲା ନାୟକ, ସୁଦର୍ଶନ ମହାରଣା, ପ୍ରେମାନନ୍ଦ ପାଢୀ, ଶିମାଞ୍ଚଳ ସାହୁଙ୍କ ସହ ଅଞ୍ଚଳ ବାସୀଙ୍କ ଆନ୍ତରିକ ସହଯୋଗ ଓ ସହାୟତା ଫଳରେ ଏହି ଶିବିର ସୁଚାରୁରୂପେ ପରିଚାଳନା ହୋଇଥିଲା । ଶେଷରେ ଅନିଲ କୁମାର ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ ।



