Home ଆଞ୍ଚଳିକ କନ୍ଧମାଳ ଗ୍ରସ୍ତରେ ଡିଜି ।

କନ୍ଧମାଳ ଗ୍ରସ୍ତରେ ଡିଜି ।

94


ଫୁଲବାଣୀ , ୧୨/୦୨/୨୨ (ଜିଲ୍ଲା ଖବର ) : ନୂଆ ଡିଜି ଙ୍କୁ ମାଓ ଚିନ୍ତା । ମାଓ ଦମନ ପାଇଁ ହେବ ସ୍ଵତନ୍ତ୍ର ରଣନୀତି । ଆଜି ନୂତନ ପୋଲିସ ଡିଜି ସୁନୀଲ ବଂସଲ କନ୍ଧମାଳ ଗ୍ରସ୍ତ କରି ମାଓ ଦମନ ଉପରେ ସମୀକ୍ଷା କରିଛନ୍ତି ।

ଏହି ସମୀକ୍ଷା ରେ ଦକ୍ଷିଣାଞ୍ଚଳ ଡିଆଇଜି ଓ ପଶ୍ଚିମଞ୍ଚଳ ଡ଼ିଆଇଜି ଯୋଗ ଦେବା ସହ ମାଓ ଅଧୁଷ୍ଟିତ ଜିଲା ର ୫ ଏସ୍ପି ସାମିଲ ଥିଲେ ।

କିଭଳି ୫ ଜିଲାରେ ମାଓବାଦୀ ଦମନ କରାଯିବ ସେ ନେଇ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯିବା ସହ ମାଓବାଦୀ ମାନେ ମୁଖ୍ୟସ୍ରୋତ ରେ ସାମିଲ ହେବା ପାଇଁ କହିଛନ୍ତି ଡିଜି ସୁନୀଲ ବଂସଲ ।

ସେପଟେ ମାଓପ୍ରବଣ ଅଂଚଳ ରେ ପଞ୍ଚୟତ ନିର୍ବାଚନ କିଭଳି ସ୍ୱଚ୍ଛ ଓ ଅବାଧ ରେ ହେବ ତାହାଉପରେ ବିଶେଷ ଦୃଷ୍ଟି ଦିଆଯାଇଥିବା କହିଛନ୍ତି ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ।

ଏହି ସମୀକ୍ଷା ବୈଠକରେ ଡିଜି ସୁନୀଲ ବଂସଲ ସମତେ ଡ଼ାଇରେକ୍ଟର ଇନ୍ଟଲିଂଜେନ୍ସ ଲଳିତ ଦାସ, ଡିଜି ଏସଏପି ମୋନଜ ଛାବ୍ରା, ଆଇଜି ଅପରେସନ ଅମିତାଭ ଠାକୁର । ଡିଆଇଜି ଏସଆଇଡବ୍ଲୁ ଅନିରୁଧ ସିଂ ,ଆଇଜି ବିଏସଏଫ ଏସ.ବୁଦ୍ଧ କୋଟି,ଆଇଜି ବ୍ରହ୍ମପୁର ସତ୍ୟବ୍ରତ ଭୋଇ , ଆଇଜି ସମ୍ବଲପୁର ଦୀପକ କୁମାର ସମତେ ମାଓ ପ୍ରବଣ ଅଂଚଳ ର ୫ ଏସପି ଜଣେ ଏସଡିପିଓ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ବାଇଟ: ସୁନୀଲ ବଂସଲ (ଡିଜି, ଓଡିଶା)ବାଇଟ: ସତ୍ୟବ୍ରତ ଭୋଇ (ଡ଼ିଆଇଜି , ଦକ୍ଷିଣାଞ୍ଚଳ) ।

କନ୍ଧମାଳ ଜିଲ୍ଲା ରୁ ପ୍ରତାପ ଦିଗାଲ ଙ୍କ ସହିତ ଗୌରପ୍ରସାଦ ଙ୍କ ରିପୋର୍ଟ ଜିଲ୍ଲା ଖବର ।