Monday, November 16, 2026
Home ଆଞ୍ଚଳିକ ଗାଇ ଗୋରୁଙ୍କ କବଳରେ ବ୍ରହ୍ମପୁରର ପ୍ରମୁଖ ଟ୍ରାଫିକ ।

ଗାଇ ଗୋରୁଙ୍କ କବଳରେ ବ୍ରହ୍ମପୁରର ପ୍ରମୁଖ ଟ୍ରାଫିକ ।

63

ବ୍ରହ୍ମପୁର , ୧୧/୦୨/୨୨ (ଜିଲ୍ଲା ଖବର ) : ବ୍ରହ୍ମପୁର ପ୍ରମୁଖ ଟ୍ରାଫିକ ଛକ ମଧ୍ୟରେ ଗେଟ ବଜ଼ାର ଅନ୍ୟତମ ଏହି ରାସ୍ତାରେ ପ୍ରତ୍ୟେକ ଦିନ ଶହ ଶହ ବସ, ଟ୍ରକ ଓ ବହୁ ଭାରି ଯାନ ବାହାନ ଯିବା ଆସିବା କରିଥାନ୍ତି ।

ପ୍ରତ୍ୟେକ ଦିନ ସକାଳ ୯ ଘଣ୍ଟା ଠାରୁ ୧୧ ଘଣ୍ଟା ଓ ସନ୍ଧ୍ୟା ୫ ଘଣ୍ଟା ଠାରୁ ୮ ଘଣ୍ଟା ପ୍ରଯ୍ୟନ୍ତ ବହୁତ ଭିଡ ହୋଇଥାଏ ଏହି ସମୟରେ ଟ୍ରାଫିକ ନିୟନ୍ତ୍ରଣରେ ନିୟୋଜିତ ପୋଲିସ କର୍ମଚାରୀ ମାନେ
ଭିଡକୁ ନିୟନ୍ତ୍ରଣ କରିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ଏଭଳି ପରିସ୍ଥିତିରେ ରାସ୍ତାର ଗୋଟିଏ ପାଶ୍ୱରେ ପ୍ରାୟ ପାଞ୍ଚରୁ(୫) ଦଶ (୧୦ )ଗାଇ ଗୋରୁ ପ୍ରତେକ ଦିନ ଶୋଇ ରହି ଟ୍ରାଫିକ ସମସ୍ବା ସୃଷ୍ଟି କରୁଛନ୍ତି ।

ସେଥିପାଇଁ ପ୍ରତେକ ଦିନ ଦୃଘଟଣା ଘଟୁଛି। ଏଥିରେ କେତେବେଳେ ଗାଇ ତ ଆଉ କେତେବେଳେ ଲୋକ ଗୁରୁତର ଆହତ ହୁଅନ୍ତି କିନ୍ତୁ ମହାନଗର ନିଗମ ଏଥିପ୍ରତି କୌଣସି ଆଖି ଦୃଷ୍ଟିଆ ପଦକ୍ଷେପ ନେଉନାହାନ୍ତି ଯଦି ଗାଇ ମାଲିକଙ୍କୁ ଚିନ୍ନଟ କରି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାଯ୍ୟାନୁଷ୍ଠାନ ନିଆଯାଆନ୍ତା ।

ତେବେ ଗାଇ ମାଲିକ ମାନେ
ଗାଇକୁ ବାହାରେ ଛାଡିବାକୁ ସାହସ କରିନଥାନ୍ତେ । ଏମିତିକି ସହରର ପ୍ରାୟ ଟ୍ରାଫିକ ସ୍ଥାନରେ (ବିଜିପୁର, ଗୋଶାଣୀନୂଆଗାଁ, ଇଞ୍ଜିନିଅରିଙ୍ଗ ଛକ ) ଆଦି ସ୍ଥାନରେ ଗାଇ ମାନଙ୍କ ଭିଡ ଦିଖିବାକୁ
ମିଳିଥାଏ । ତେଣୁ BMC ଏଥିପ୍ରତି ତୁରନ୍ତ କାଯ୍ୟାନୁଷ୍ଠାନ ନେଲେ ବ୍ରହ୍ମପୁର ବାସୀ ଆଶ୍ବସ୍ତି ମିଳିବ ବୋଲି ବୁଦ୍ଧିଜୀବୀ ମାନେ
ମତ ପ୍ରକାଶ କରିଛନ୍ତି ।