
ଆସିକା , ୧୧/୦୨/୨୨ (ଜିଲ୍ଲା ଖବର ) : ଦୀର୍ଘ ବର୍ଷ ହେଲା ସାହାରା ଇଣ୍ଡିଆ ରେ ଅର୍ଥସଞ୍ଚୟ କରି ଥିବା ଜମାକାରୀ ମାନେ ସତ୍ୟାଗ୍ରହକୁ ଓହ୍ଳାଇଛନ୍ତି ।

ଆସିକା ତହସିଲ ସମ୍ମୁଖରେ ଧାରଣା ଦେଇ ଜମାକାରୀ ମାନେ ଏବେ ସରକାରଙ୍କ ଆଖି ଖୋଲିବା ପାଇଁ ଭୋଟ ବର୍ଜନ କରିବେ ନତୁବା ଲୋଟାରେ ଭୋଟ ଦେବେ ବୋଲି ପ୍ରତିକ୍ରିୟା ରେ ଜଣାଇଛନ୍ତି ।

ବହୁ ଗରିବ ଗୁରୁବା ନିଜ କଷ୍ଟାଅର୍ଜିତ ଟଙ୍କା କୁ ସଞ୍ଚୟ ରଖି ପିଲା କୁ ପାଠାଇବତ ନହେଲେ ଝିଅ ବାହା କରିବ ଅବା ଜରୁରି ସମୟରେ ଅର୍ଥ ମିଳିବା ଆଶା ସବୁ ମଉଳି ଯାଇଛି ।

ହତାଶ ହୋଇ ପଡ଼ିଛନ୍ତି ରୋଗୀ ଓ ରୋଗିଣା ଙ୍କୁ ତାଙ୍କ ଜମା ଟଙ୍କା ନମିଳିବାରୁ ହନ୍ତ ସନ୍ତ ହୋଇଛନ୍ତି ।

ଜିଲ୍ଲା ରୁ ରାଜ୍ୟ ଏବଂ ଏପରି କି ବିଧାନସଭା ସମ୍ମୁଖରେ ମଧ୍ୟ ସାହାରା ଇଣ୍ଢିଆ ଜମାକାରୀ ମାନେ ସଂଘ ମାଧ୍ୟମରେ ବିକ୍ଷୋଭ, ଧାରଣା , ରାଲି କରି ସରକାରଙ୍କୁ ଅବଗତ କରିବା ସତ୍ବେ କୌଣସି କାର୍ଯ୍ୟ କରି ହେଲାଣି ।

ଜମାକାରୀ ଙ୍କ ଟଙ୍କା ଫେରାଇବା ନେଇ ନା କେନ୍ଦ୍ର ଶୁଣିଲା ନା ରାଜ୍ୟ ଶୁଣିଲା ।

ତେଣୁ ସଂଘ ସତ୍ୟାଗ୍ରହକୁ ଆପଣାଇଛି ବୋଲି ପ୍ରତିକ୍ରିୟାରେ ଜଣାଇଛନ୍ତି ନିର୍ବାଚନରେ ଅଂଶ ଗ୍ରହଣ କରିବେନି ,ଯଦି ଭୋଟ ଦେବେ ନୋଟା ମାରିବେ ଭୋଟ ଯାହାକି ସରକାରଙ୍କ ପାଇଁ ଚେତାବନୀ ହେବ ।



