Home ଆଞ୍ଚଳିକ ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ୧୫ ରୁ ୧୮ ବର୍ଷ କିଶୋର କିଶୋରୀଙ୍କ ପାଇଁ ଦ୍ବିତୀୟ ଡୋଜ୍...

ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ୧୫ ରୁ ୧୮ ବର୍ଷ କିଶୋର କିଶୋରୀଙ୍କ ପାଇଁ ଦ୍ବିତୀୟ ଡୋଜ୍ କୋଭିଡ-୧୯ ଟିକାକରଣ।

104

ଆସିକା , ୧୧/୦୨/୨୨ (ଜିଲ୍ଲା ଖବର ) : ଭାରତ ସରକାରଙ୍କ ପ୍ରାୟୋଜିତ କାର୍ଯ୍ୟକ୍ରମର ନିର୍ଦ୍ଦେଶ କ୍ରମେ ଆସିକା ବିଜ୍ଞାନ ମହାବିଦ୍ୟାଳୟ ୟୁଥ୍ ରେଡ଼କ୍ରସ ଶାଖା ଏବଂ ଏନ୍.ଏସ୍.ଏସ୍ ଶାଖାର ସମସ୍ତ ୟୁନିଟର ମିଳିତ ଆନୁକୂଲ୍ୟରେ ୧୫ ରୁ ୧୮ ବର୍ଷ କିଶୋର କିଶୋରୀ ମାନଙ୍କ ପାଇଁ ଦ୍ବିତୀୟ ଡୋଜ୍ କୋଭିଡ୍-୧୯ ଟିକାକରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମ କଲେଜ ଅଧ୍ୟକ୍ଷ ଡ଼.ଜୀବାନନ୍ଦ ତ୍ରିପାଠୀଙ୍କ ପୌରହିତ୍ୟରେ ସଂପାଦିତ ହୋଇଯାଇଛି। ସଂପ୍ରତି ପରିସ୍ଥିତିରେ କୋଭିଡ୍ ଏବଂ ଓମିକ୍ରୋନ୍ ଭାରିଏଣ୍ଟ୍ ର ମୁକାବିଲା ପାଇଁ ସରକାରଙ୍କ କୋଭିଡ୍ ଟିକାକରଣ ପଦକ୍ଷେପକୁ ଯୁଦ୍ଧକାଳୀନ ଭିତ୍ତିରେ ଆୟୋଜିତ କରାଯାଇଥିବା ଯୋଗୁଁ କଲେଜ ଛାତ୍ରଛାତ୍ରୀଙ୍କ ଅଭିଭାବକ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି। ବାଲିସିରା ସ୍ଥିିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ଟରି ଟିମ୍ ଭେସିନେଟର୍ ରୂପାଲି ନାୟକ, ମିନତି କୁମାରୀ ନାୟକ ଡାଟା ଏଣ୍ଟ୍ରି ଦ୍ବୟ ସୁନିଲ୍ କୁମାର ଲେଙ୍କା ଏବଂ ଦେବାଶିଷ ଉଦ୍ଗାତାଙ୍କ ସହଯୋଗରେ କଲେଜର ୩୨୦ ଜଣ ଛାତ୍ରଛାତ୍ରୀଙ୍କୁ ଟିକା ପ୍ରଦାନ କରାଯାଇଥିଲା। କଲେଜର ରେଡକ୍ରସ ଉପଦେଷ୍ଟା ଦ୍ବୟ ଅଧ୍ୟାପକ ରାଜେଶ୍ କୁମାର ସାହୁ ଓ ଦେବବ୍ରତ ସାହୁ ତଥା ଏନ୍ଏସ୍ଏସ୍ ସମସ୍ତ ୟୁନିଟର ଅଧିକାରୀ ଅଧ୍ୟାପକ ତଥା

ଅଧ୍ୟାପିକା ଡ଼.ସସ୍ମିତା ପାତ୍ର, ବିଭୁକଲ୍ୟାଣ ପଣ୍ଡା, ଦୟାନିଧି ବଡ଼ରଇତ ଏବଂ ପ୍ରଦୀପ ଶବର, ପୂର୍ବତନ ଏନ୍ଏସ୍ ଏସ୍ ଅଧିକାରୀ ସରୋଜ କୁମାର ପଣ୍ଡା ତଥା ରାସାୟନିକ ଡେମୋଷ୍ଟେଟର ଧନଞ୍ଜୟ ମହାପାତ୍ର, ପଦାର୍ଥ ବିଜ୍ଞାନ ଡେମୋନଷ୍ଟ୍ର୍ଟର ମୁନା ଗୌଡ଼ ଲାଇବ୍ରେରିୟାନ୍ ପିଙ୍କୁ ବିଶୋୟୀ, କର୍ମଚାରୀ ସନ୍ତୋଷ ଲେଙ୍କା, ଗଗନ ନାୟକ,

ଶଙ୍କର ଗୌଡ ତଥା ସ୍ବେଚ୍ଛାସେବକ ଛାତ୍ର ଦିବ୍ୟାନନ୍ଦ, ବିଭୁଦତ୍ତ ସିଦ୍ଧାନ୍ତ, ନାରାୟଣ, ଦେବାଶିଷ, ନିଳାଞ୍ଚଳ ଏବଂ ସ୍ବେଚ୍ଛାସେବିକା ପ୍ରିୟା ଓ ଜ୍ୟୋତିରାଣୀ ଇତ୍ୟାଦିଙ୍କ ସକ୍ରିୟ ସହଯୋଗରେ ଟିକାକରଣ କାର୍ଯ୍ୟକ୍ରମଟି ସଫଳ ରୂପାୟନ ହୋଇପାରିଛି। ପ୍ରକାଶ ଥାଉ କି ଜାନୁୟାରୀ ୭ ତାରିଖରେ ପ୍ରଥମ ଡୋଜ୍ କୋଭିଡ୍-୧୯ ଟିକାକରଣ କାର୍ଯ୍ୟକ୍ରମ କଲେଜ କ୍ୟାମ୍ପସ୍ ମଧ୍ୟରେ ହୋଇଥିଲା।