
ବିଷମ କଟକ , ୧୧/୦୨/୨୨ (ଜିଲ୍ଲା ଖବର ) : ରାୟଗଡା ଜିଲ୍ଲା ବିଷମ କଟକ ରେ ବିଜେଡି , କଗ୍ରେସ , ବିଜେପି ଦଳର ପ୍ରଚାର ଜରସର ଚାଲିଥିବା ବେଳେ କଗ୍ରେସର ଜିଲ୍ଲା ପରିଷଦ ପ୍ରଚାର ପାଇଁ ଛତିଶଗଡ଼ କଗ୍ରେସ ର ଅବକାରୀ ମନ୍ତ୍ରୀ ଶ୍ରୀ କାବାସିକ ଲକ୍ଷ୍ମଣ କଗ୍ରେସର ଜିଲ୍ଲା ପରିଷଦ ପ୍ରଚାରରେ ଆସି ଆଜି ବିଷମକଟକ ରେ ପହଞ୍ଚି ଥିଲେ।

ତ୍ରିସ୍ତରୀୟ ନିର୍ବାଚନ ପାଇଁ କଗ୍ରେସ ର ଜିଲ୍ଲା ପରିଷଦ ପ୍ରାଥୀ , କଗ୍ରେସ ସମର୍ଥନ ସରପଞ୍ଚ ପ୍ରାଥୀ , ଓ ସମିତି ସଭ୍ୟ ପ୍ରାଥୀ ଙ୍କୁ ବିପୁଳ ପରିମାଣରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ସମସ୍ତ ଜନସାଧାରଣ ମାନଙ୍କୁ ଅନୁରୋଧ କରିଥିଲେ।

ମନ୍ତ୍ରୀ ଆଜି ୧ ଘଣ୍ଟା ସମୟରେ ବିଷମକଟକ ମା ମାରକମା ମନ୍ଦିର ରେ ପ୍ରଥମେ ପହଞ୍ଚି ଥିଲେ।

ପ୍ରଥମେ ମା ମାରକମା ଙ୍କୁ ଦର୍ଶନ କରି ଏକ ବିରାଟ ରାଲିରେ ମା ମାରକମା ମନ୍ଦିର ଠାରୁ ବ୍କକ୍ ଅଫିସ୍ ପର୍ଯ୍ୟନ୍ତ ବିରାଟ ରାଲିରେ ପହଞ୍ଚି ଥିଲେ।
ବିଷମକଟକ ସମସ୍ତ ଅଞ୍ଚଳ ବାସୀ କୁ ଜିଲ୍ଲା ପରିଷଦ କ” ଜୋନ୍ ପାଇଁ କଗ୍ରେସ ପ୍ରାଥୀ ଶ୍ରୀ ମତି ଗୀତା କୃଷିକା ଓ ଖ” ଜୋନ୍ ପାଇଁ ଶ୍ରୀ କୃଷ୍ଣ ନାଣାକା ଙ୍କୁ ହାତ ଚିନ ରେ ଭୋଟ ଦେଇ ବିପୁଳ ପରିମାଣରେ ଜୟଯୁକ୍ତ କରିବାକୁ ଛତିଶଗଡ଼ ଅବକାରୀ ମନ୍ତ୍ରୀ ଶ୍ରୀ କାବାସିକ ଅନୁରୋଧ କରିଛନ୍ତି।

ଏହି କାର୍ଯ୍ୟକ୍ରମ ରେ ମନ୍ତ୍ରୀ ଙ୍କ ସହ କୋରାପୁଟ ଏମ୍ ପି ଶ୍ରୀ ସପ୍ତଗିରି ଉଲ୍ଲାକା, ରାୟଗଡା ଜିଲ୍ଲା କଗ୍ରେସ ସଭାପତି ଶ୍ରୀ ଦୁର୍ଗା ପଣ୍ଡା, ବିଧାୟକ ପ୍ରାଥୀ ନିଳମାଧବ ହିକକା, ଦିଲିପ କୁମାର ପଟ୍ଟନାୟକ, ସମେତ ବହୁ କଗ୍ରେସ କର୍ମୀ ଉପସ୍ଥିତ।

ରାୟଗଡାରୁ ପ୍ରସନ୍ନ ପଣ୍ଡା ଙ୍କ ରିପୋର୍ଟ ଜିଲ୍ଲା ଖବର ।


