Monday, November 16, 2026
Home ଆଞ୍ଚଳିକ ଆସନ୍ତା ୨୪ ତାରିଖରେ ଆସିକା ବ୍ଳକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ।

ଆସନ୍ତା ୨୪ ତାରିଖରେ ଆସିକା ବ୍ଳକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ।

62

ଆସିକା ୧୦/୦୨/୨୨ : ଆସନ୍ତା ୨୪ ତାରିଖରେ ଆସିକା ବ୍ଳକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ। ବିଭିନ୍ନ ପଞ୍ଚାୟତରେ ବହୁ ଆସାୟୀ ସମିିତି ସଭ୍ୟ ପଦବୀ ହାତେଇବା ପାଇଁ ଆସା ବାନ୍ଧିଥିବା ବେଳେ ନିର୍ବାଚନ ଲଢେଇ ତିବ୍ର ହେବା ଦେଖାଦେଇଛି। ନିଜ ସପକ୍ଷରେ ଜନ ସମର୍ଥନ ହାସଲ କରିବା ପାଇଁ ଆସାୟୀ ପ୍ରାର୍ଥି ମାନେ ବିଭିନ୍ନ ରଣନିତି ପ୍ରସ୍ତୁତ କରୁଛନ୍ତି। ବିଭିନ୍ନ ପଞ୍ଚାୟତରେ ଗତ କିଛି ଦିନ ହେଲା ନିର୍ବାଚନ ମାହୋଲ ବେସ ଉଷ୍ମ ହେବାରେ ଲାଗିଛି।

ଗାଁ ଗାଁ ରେ ପ୍ରକମ୍ପିତ ହେଉଛି ବିଭିନ୍ନ ଢଙ୍ଗରେ ପ୍ରାର୍ଥିଙ୍କ ନିର୍ବାଚନି ସଙ୍ଗୀତ। ପ୍ରଚାର ଓ ପ୍ରସାର ପାଇଁ ସାହି ଗଳିରେ ବୁଲୁଛି ପ୍ରାର୍ଥିଙ୍କର ସୁସଜ୍ଜିତ ପ୍ରଚାର ଗାଡି। ବର୍ତ୍ତମାନ ଭୋଟରଙ୍କ ନିକଟରେ ପହଁଞ୍ଚିବା ପାଇଁ ପ୍ରାର୍ଥିଙ୍କ ମଧ୍ୟରେ ଚାଲିଛି ବେସ କସରତ ଓ ପ୍ରତିଯୋଗିତା।

ଏହି ପରିପେକ୍ଷିରେ ବେଣାପାଟ ପଞ୍ଚାୟତରେ ଆଜି ସମିତିସଭ୍ୟ ପ୍ରାର୍ଥିରୁପେ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି ପୂର୍ବତନ ବ୍ଳକ୍ ଅଧକ୍ଷ ହରେକୃଷ୍ଣ ମଲ୍ଲିକ।ଆଜି ନିଜ ଶହଶହ  ସମର୍ଥକଙ୍କ ଗହଣରେ ପ୍ରତିଦ୍ବନ୍ଦିତା କରୁଥିବା ପାର୍ଥି ଙ୍କ ସାଙ୍ଗରେ ଗାଁ କୁ ଗାଁ ଘରକୁ ଘର ବୁଲି ସମର୍ଥକଙ୍କ ସହ ଯାଇ ଭୋଟର ଙ୍କ ପାଖରେ ନବୀନଙ୍କ ସ୍ୱଚ୍ଛ ଶାସନ ଓ ନବୀନ କରିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ବୁଝାଇ ନିଜ ସପକ୍ଷରେ ଭିକ୍ଷା କରିଥିବା ଦେଖିବାକୁ ମିଳିଛି।

ଅଧୁରା ରହିଥିବା ସମସ୍ତ କାର୍ଯ୍ୟ, ଜନସାଧାରଣଙ୍କ ପାଇଁ ଆବଶ୍ୟକିୟ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବାର ପ୍ରତିଶୃତି ବଦ୍ଧ ହୋଇ  ଭୋଟ ଭିକ୍ଷା କରିଥିବା ଦେଖିବାକୁ ମିଳିଛି l