
ନବରଙ୍ଗପୁର , ୧୦/୦୨ ୨୨ (ଜିଲ୍ଲା ଖବର ) : ନବରଙ୍ଗପୁର ବେସରକାରୀ ଡାକ୍ତରଖାନା ରେ ବିଜୁ ସ୍ବାସ୍ଥ୍ୟ ବୀମା ଯୋଜନା ର କାର୍ଯ୍ୟକାରିତା ନେଇ ଜିଲ୍ଲାପାଳ ଓ ଏସପି ଙ୍କ ଅଚାନକ ପରିଦର୍ଶନ। ରାଜ୍ୟ ସରକାର ଙ୍କ ଯୁଗାନ୍ତ କାରୀ ଯୋଜନା ର ସଫଳ ରୂପାୟନ ପାଇଁ ଆଜି ଡାକ୍ତରଖାନା ପରିଦର୍ଶନ କରି ବିଜୁ ସ୍ବାସ୍ଥ୍ୟ ବୀମା କାର୍ଡ ରେ ଗରୀବ ଲୋକ ମନେ କିଭଳି ଏହାର ସୁବିଧା ପାଉଛନ୍ତି ଏହାର ସ୍ଥିତି ପରଖିବା ପାଇଁ ପହଞ୍ଚି ଥିଲେ।

ରାଜ୍ୟ ସରକାର ଗରିବ ଲୋକ ମାନଙ୍କୁ ମାଗଣା ସ୍ଵାସ୍ଥ୍ୟ ସେବା ଯୋଗାଇ ଦେବା ଉଦେଶ୍ୟ ରେ ବିଜୁ ସ୍ବାସ୍ଥ୍ୟ ବୀମା କାର୍ଡ ଯୋଜନା ଆରମ୍ଭ କରିଥଲେ ଯେଉଁ କାର୍ଡ ରେ ମହିଳା ମାନେ ଦଶ ଲକ୍ଷ୍ୟ ଓ ପୁରୁଷ ମାନେ ପାଞ୍ଚ ଲକ୍ଷ୍ୟ ଟଙ୍କା ର ଚିକିସ୍ୱା ସୁବିଧା ପାଇ ପାରିବେ।

ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲାର ଲୋକ ମାନେ ଖ୍ରୀଷ୍ଟିଆନ ହସ୍ପିଟାଲ ରେ ବହୁ ମାତ୍ରା ରେ ଭରସା କରିଥାନ୍ତି ଯାହାକୁ ନେଇ ରାଜ୍ୟ ସରକାର ଏହି ହସ୍ପିଟାଲ ରେ ମଧ୍ୟ ବିଜୁ ସ୍ବାସ୍ଥ୍ୟ ବୀମା କାର୍ଡ ଯୋଜନା ରେ ସାମିଲ କରିଛନ୍ତି ଯାହା ଫଳରେ ଆଖ ପାଖ ଜିଲ୍ଲା କଳାହାଣ୍ଡି, ମାଲକାନଗିରି, କୋରାପୁଟ ର ରୋଗୀ ମାନେ ମଧ୍ୟ ଏହି କାର୍ଡ ର ସୁବିଧା ପାଇ ପାରୁଛନ୍ତି।
ଆଜି ନବରଙ୍ଗପୁର ଖ୍ରୀଷ୍ଟିଆନ ମେଡିକାଲ ଠାରେ ଛଅ ଜଣ ରୋଗୀ ସ୍ୱାସ୍ଥ୍ୟ ବୀମା କାର୍ଡ ଦ୍ୱାରା ମାଗଣାରେ ଚିକିତ୍ସିତ ହେଉଛନ୍ତି । ସେତିଥିମଧ୍ୟରୁ ଜଣେ ରୋଗୀ ପାକସ୍ଥଳୀ ଜନିତ ରୋଗ ରେ ପିଡୀତ ହୋଇ ଅସ୍ତ୍ରୋପଚାର ରେ ସୁସ୍ଥ ହୋଇଛନ୍ତି , ସେଭଳି ଏପେଣ୍ଡିସାଇଡ଼ ଭଳି ବିଭିନ୍ନ ପ୍ରକାର ଜଟିଳ ରୋଗ ରେ ପିଡୀତ ହୋଇ ଅସ୍ତ୍ରୋପଚାର ମାଧ୍ୟମ ରେ ଚିକିତ୍ସିତ ହେଉଛନ୍ତି । ରୋଗ ଚିହ୍ନଟ ହେବାପରେ ଘରୋଇ ଆର୍ଥିକ ସଙ୍କଟ ହେତୁ ସେମାନେ କିଭଳି ଚିକିତ୍ସିତ ହେବେ ସେ ଆର୍ଥିକ ଚିନ୍ତାରେ ରହିଯାଇଥିଲେ ।

ତେବେ ଚିକିତ୍ସିତ ହେବାପାଇଁ ସେମାନେ ନିଜ ରହିବା ବାସଗୃହ , ଜମି ବନ୍ଧକ ରଖିଥିଲେ । ତଥାପିବି ସେ ଅର୍ଥ ଚିକିତ୍ସା ପାଇଁ ନିଅଣ୍ଟ ହେଉଥିଲା । ସେମାନେ ମୃତ୍ୟୁ ମୁଖ କୁ ଠେଲି ହୋଇଯାଉଥିଲେ ।ଠିକ ଏହି ସମୟରେ ରାଜ୍ୟ ସରକାର ଙ୍କ ଦ୍ଵାରା ରାଜ୍ୟ ସ୍ମାର୍ଟ ସ୍ୱାସ୍ଥ୍ୟ ବିମାକାର୍ଡ ପ୍ରଚଳନ କରିଥିଲେ ଯାହାଫଳରେ ସେମାନଙ୍କ ଏହି କାର୍ଡ ଦ୍ୱାରା ମାଗଣା ରେ ଚିକିତ୍ସିତ ହୋଇପାରିଲେ । ବର୍ତ୍ତମାନ ସମସ୍ତ ରୋଗୀ ମାଗଣା ଚିକିତ୍ସା ପାଇ ସୁସ୍ଥ ହେବା ପାରିଥିବାରୁ ରାଜ୍ୟ ସରକାର ଙ୍କୁ ଧନ୍ୟବାଦ ଜଣାଇଛନ୍ତି ।



