
ଧରାକୋଟ , ୧୦/୦୨/୨୨ (ଜିଲ୍ଲା ଖବର ) : ନିର୍ବାଚନ ଯେତେ ପାଖକୁ ଆସୁଛି।ସେ ଅନୁସାରେ ନୂଆ ନୂଆ ତରିକା ଆପଣାଉଛିନ୍ତି ପ୍ରାଥି।ପ୍ରଚାର ପ୍ରସାର ତ ଜୋର ଧରିଛି।ସେ ଅନୁସାରେ ଭୋଟଙ୍କୁ ଆପଣାଇବା ପାଇଁ କରୁଛନ୍ତି ମାନସ ମନ୍ଥନ।କିଏ ଭୋଟର ପାଖରେ ପହଞ୍ଚି କୁଢ଼ କୁଢ଼ ପ୍ରତିଶ୍ରୁତି ଅଜାଡୁଥିବା ବେଳେ କିଏ ପଞ୍ଚାୟତର ବିକାଶ ପାଇଁ କରୁଛି ସପଥ।ଘରକୁ ଘର ବୁଲି ଏବେ ପ୍ରାଥି ଲୋକଙ୍କ ନିକଟତର ହେବାକୁ ଚେଷ୍ଟା କରୁଥିବା ବେଳେ ଏବେ ଗଂଜାମ ଜିଲ୍ଲା ଧରାକୋଟ ବ୍ଲକ ଝାଡ଼ବନ୍ଦ ଗ୍ରାମ ପଞ୍ଚାୟତ ରୁ ଆସିଛି ଏକ ଭିନ୍ନ ଅଭିଯୋଗ।ଯାହାକୁ ନେଇ ଦେଖିବା ଆମର ଏହି ରିପୋର୍ଟ।

କାହାକୁ ୮୦ ବର୍ଷ ତ କାହାକୁ ୮୦ ବର୍ଷ ପୁଣି କାହାକୁ ୬୫/୧୦ ଉଦ୍ଧ ବୁଦ୍ଧ ଆସିଛନ୍ତି।ଧରାକୋଟ ବ୍ଲକ ଅଫିସ କୁ।କାରଣ ହେଉଛି ଯେ ସେମାଙ୍କୁ ବାଦ୍ଧୟ୍ୟ ଭତା ମିଳିଛି।ଯେଉଁ ଭତା ପାଇବା ପାଇଁ ସେମାନେ ଏ ଅଫିସ କୁ ସେ ଅଫିସ ଦୌଡ଼ି ଦୌଡ଼ି ନୟାନ୍ତ ହେଲା ପରେ ମଧ୍ୟ ହେଉ ନଥିଲା ଏବେ ସେହି ଭତା କାର୍ଡ ସହ ୫୦୦ ଲେଖା ଟଙ୍କା ତାଙ୍କୁ ଘରକୁ ଯାଇ ଦିଆ ଯାଇଛି।ତେଣୁ ଭତା କାର୍ଡ ସହ ଟଙ୍କା ପାଇବା ପରେ ଏହି ବୃଦ୍ଧ ମାନେ ଖୁସିରେ ଅଧିର ହୋଯାଇଥିଲେ।ହେଲେ ଯେତେବେଳେ ସେମାନେ ଜାଣିଲେ ଯେ ତାଙ୍କୁ ଦିଆ ଯାଇଥିବା କାର୍ଡ ସବୁ ନକଲି କେବଳ ନିର୍ବାଚନ ରେ ଭୋଟ୍ ହଟେଇବା ପାଇଁ ଏହା ପ୍ରଦାନ କରାଯାଇଛି।ସେତେବେଳେ ସେମାନେ ଅଭିଯୋଗ କରିବା ପାଇଁ ଧରାକୋଟ BDO ଙ୍କ ପାଖକୁ ଆସିଛନ୍ତି।

ଅଭିଯୋଗ ପ୍ରକାରେ ଝାଡ଼ବନ୍ଦ ଗ୍ରାମ ପଞ୍ଚାୟତ ର ବିଭିନ୍ନ ଗ୍ରାମରେ ଏବେ ଦୁଇଦିନ ତଳେ ଅନେକ ଲୋକଙ୍କ ୫୦୦ ଟଙ୍କା ସହ ଗୋଟିଏ ଗୋଟିଏ ଭତା କାର୍ଡ ୬୦ ବର୍ଷରୁ ଉଦ୍ଧ ଅନେକ ଲୋକଙ୍କୁ ଦିଆ ଯାଇଥିଲା।ହେଲେ ଭତା କାର୍ଡ ରେ ପଞ୍ଚାୟତ କାଯ୍ୟ ନିର୍ବାହୀ ଅଧିକାରୀ ଙ୍କ କିମ୍ବା BDO ଙ୍କ କୌଣସି ସ୍ଵାକ୍ଷର ନଥିବାରୁ ଗ୍ରାମର ଶିକ୍ଷିତ ଲୋକେ କାର୍ଡ ର ସତ୍ୟାସତ ଜାଣିବା ପାଇଁ ପଞ୍ଚାୟତ କାଯ୍ୟନିର୍ବାହୀ ଅଧିକାରୀ ଙ୍କୁ ଯୋଗା ଯୋଗ କରିଥିଲେ।
ସେଠାରୁ ଜାଣିବାକୁ ପାଇଥିଲେ ଯେ ପଞ୍ଚାୟତ ତରଫରୁ କୌଣସି ଭତା କାର୍ଡ ବଣ୍ଟନ କରାଯାଇନାହିଁ।ତେଣୁ ତେଣୁ ଲୋକଙ୍କ ମନରେ ସନ୍ଧେହ ହେବାରୁ ଏ ବିଷୟରେ ଅଭିଯୋଗ କରିବା ପାଇଁ ଧରାକୋଟ ବ୍ଲକ ଅଫିସକୁ ଆସିଛନ୍ତି।

ଏପଟେ ନିର୍ବାଚନ ରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଏପରି ନକଲି ଭତା ବଣ୍ଟନ କରାଯାଉଥିବା ଅଭିଯୋଗ କରିଛନ୍ତି।ପଞ୍ଚାୟତରେ ସରପଞ୍ଚ ପ୍ରାଥି ରୂପେ ନିର୍ବାଚିନ ଲଡୁଥିବା ଯୋଗେନ୍ଦ୍ର ସ୍ୱାଇଁ।ତାଙ୍କ ଅଭିଯୋଗ ପ୍ରକାରେ ପଞ୍ଚାୟତର ଅନ୍ତର୍ଯ୍ୟାମୀ ପ୍ରଧାନ ଯିଏକି ଏବେ ତାଙ୍କ ପ୍ରତିଦ୍ୱନ୍ଦି ରୂପେ ସରପଞ୍ଚ ପାଇଁ ଲଢେଇ କରୁଛନ୍ତି ସେ ଲୋକଙ୍କୁ ନିଜ ସପକ୍ଷକୁ ଆଣିବା ପାଇଁ ନିର୍ବାଚନ ଆଦର୍ଶ ଆଚର ବିଧି ଉଲଂଘ କରି BDO ଓ ପଞ୍ଚାୟତ କାଯ୍ୟନିର୍ବାହୀ ଅଧିକାରୀ ଙ୍କ ଅଗୋଚର ରେ ଭର୍ତ୍ତା କାର୍ଡ ବଣ୍ଟନ କରିଛନ୍ତି।ତେଣୁ ତାଙ୍କ ବିରୋଧରେ ଆଦର୍ଶ ଆଚରଣ ବିଧି ଉଲଂଘ କରିଥିବା ରୁ କାଯ୍ୟାନୁଷ୍ଠା ନେବା ପାଇଁ ଧରାକୋଟ BDO ଙ୍କ ପାଖରେ ଅଭିଯୋଗ ଆଣିଛନ୍ତି।

ଏପଟେ ଧରାକୋଟ BDO ଲୋକଙ୍କୁ ଦିଆ ଯାଇଥିବା କାର୍ଡ ଗୁଡିକୁ ଦେଖିବା ସହ ଲୋକଙ୍କ ଅଭଯୋଗ ପ୍ରକାରେ ଏହାର ସତ୍ୟାସତ ତଦନ୍ତ କରି ଉପଯୁକ୍ତ ପଦକ୍ଷେପ ନିଆ ଯିବ ବୋଲି କହିବା ସହ ଏପରି ପ୍ରାଥୀଙ୍କ ମିଥ୍ୟା ପ୍ରତିଶୃତି ରେ ପ୍ରଭାବିତ ନ ହେବା ପାଇଁ ଲୋକଙ୍କୁ ସଚେତିତ କରିଛନ୍ତି।


