Wednesday, November 11, 2026
Home ଆଞ୍ଚଳିକ ହାଟମୁନିଗୁଡା ସାପ୍ତାହିକ ହାଟରେ ତିନି ଗୋଷ୍ଠୀ ମଧ୍ୟରେ ଜୋରଦାର ପ୍ରଚାର।

ହାଟମୁନିଗୁଡା ସାପ୍ତାହିକ ହାଟରେ ତିନି ଗୋଷ୍ଠୀ ମଧ୍ୟରେ ଜୋରଦାର ପ୍ରଚାର।

135


ବିଷମ କଟକ-୧୦-୨-୨୨(ଜିଲ୍ଲା ଖବର) : ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ ହାଟମୁନିଗୁଡା ସାପ୍ତାହିକ ହାଟରେ ବିଜେଡି , କଗ୍ରେସ , ବିଜେପି ଦଳର ପ୍ରଚାର ଜରସରରେ ଚାଲିଛି। ବିଜେଡି ଦଳର “କ” ଜନ ର ଜିଲ୍ଲା ପରିଷଧ ସୁଜାତା କାଡ୍ରାକା ଙ୍କ ପାଇଁ ବିଜେଡି ର ବରିଷ୍ଠ ବିଜେଡି ନେତା ମାନେ ରହି ଭୋଟ ପାଇଁ ପ୍ରଚାର କରୁଥିବା ବେଳେ କଗ୍ରେସ ପକ୍ଷରୁ କ” ଜୋନ ପାଇଁ ଶ୍ରୀ ମତି ଗୀତା କୃଷିକା ଙ୍କ ପାଇଁ ସମସ୍ତ କଗ୍ରେସ କର୍ମୀ ମାନେ ରହି ପ୍ରଚାର କରୁଥିବା ବେଳେ ବିଜେପି ତରଫରୁ କ” ଜୋନ୍ ପାଇଁ ଶୁଶ୍ରି ରିତା ହିକକା ଓ ଖ” ଜୋନ୍ ପାଇଁ ଗୈତମ୍ ଉଲାକା ଙ୍କ ପାଇଁ ଦଳର କର୍ମୀ ମାନେ ହାଟ ରେ ଚାଲି ଚାଲି ଘରକୁ ଘର ବୁଲି ଭୋଟ ପାଇଁ ପ୍ରଚାର ଜୋରଦାର କରିବାକୁ ଦେଖିବାକୁ ମିଳିଥିଲା। କଗ୍ରେସ ଗଡରେ ବିଜେଡି ,ବିଜେପି ଆସନ ପାଇଁ ତାଙ୍କ ର ରଣ ନିତି ଯୋରସୋର ଚଳାଇଥିବା ଦେଖିବାକୁ ମିଳିଛି ।ପଞ୍ଚାୟତ ନିର୍ଵାଚନରେ ବିଷମ କଟକ ବ୍ଲକର ଦୁଇଟି ଜିଲ୍ଲା ପରିଷଦ ଆଶନ କାହା ମୁଣ୍ଡରେ ସୁନାର ମୁକୁଟ ରହିବ ତାହା ନେଇ ଚିନ୍ତା ରେ ଦଳୀୟ କର୍ମୀଙ୍କ ନେତା ମାନେ। ବିଷମକଟକ କ” ଜୋନ୍ ର ଜିଲ୍ଲା ପରିଷଦ ଆସନ ପାଇଁ ହାଟମୁନିଗୁଡା ର ପୂର୍ବ ତନ ସରପଞ୍ଚ ସୁଜାତା କାଡ୍ରାକା ଲଢୁ ଥିବା ନେଇ ଏବେ ସମସ୍ତ ଜନସାଧାରଣ ମାନଙ୍କ ମନରେ ଉଙ୍କି ମାରୁଛି। କାରଣ ଦଶ ବର୍ଷ ହାଟମୁନିଗୁଡା ପଚାୟତ ରେ ସରପଞ୍ଚ ଦାଇତ୍ଵରେ ରହି କୈଣସି ଉନ୍ନୟନ ମୂଳକ କାର୍ଯ୍ୟ କରିନଥିବା ବେଳେ ଏବେ ଜିଲ୍ଲା ପରିଷଦ ଆସନ ପାଇଁ କିପରି ଭୋଟ ଦେବୁ ସେ ନେଇ ସମସ୍ତ ଜନ ସାଧାରଣ ଲୋକଙ୍କ ମନରେ ଏହି ପ୍ରସନ ଉଙ୍କି ମାରୁଥିବା କହିଛନ୍ତି ଜନସାଧାରଣ ମାନେ। ତେଣୁ ବିଜେଡି ଦଳ ନିଜ ଦଳୀୟ କର୍ମୀଙ୍କୁ ମଜବୁତ କରିବା ପାଇଁ ଚେଷ୍ଟା ଚଲାଇ ଛନ୍ତି। ଦୁଇଟି ଜନର ଜିଲ୍ଲା ପରିଷଧ ପ୍ରାର୍ଥୀ ମାନେ ତାଙ୍କ ର ପ୍ରଚାର ମୋଇଦାନ କୁ ଆଲ୍ହାଇ ଜୋର ସୋର ପ୍ରଚାର ଆରମ୍ଭ କରିଛନ୍ତି।

ହାଟ ମୁନିଗୁଡା ପଞ୍ଚାୟତର ଗତ ନିର୍ବାଚନ ରେ ସରପଞ୍ଚ ପ୍ରାର୍ଥୀ ରେ ବିଜୟ ଲାଭ କରିଥିବା ସୁଜାତା କାଡ୍ରାକା ଙ୍କୁ “କ” ଜନ ର ଜିଲ୍ଲା ପରିଷଧ ପ୍ରାର୍ଥୀ ହୋଇ ଥିବା ବେଳେ ଗତ ନିର୍ବାଚନରେ ସମିତି ଅଧ୍ୟକ୍ଷ ରେ ବିଜୟ ଲାଭ କରିଥିବା ବିଜୟ ଶାନ୍ତି କୁମ୍ବୁରୁକାଙ୍କୁ “ଖ” ଜନ ର ଜିଲ୍ଲା ପରିଷଧ ପ୍ରାର୍ଥୀ ଭାବେ ବିଜେଡି ଦଳ ନିଷ୍ପତି ନେଇଛି। ସେହିପରି କଗ୍ରେସ ତରଫରୁ କ” ଜୋନ ପାଇଁ ଶ୍ରୀ ମତି ଗୀତା କୃଷି କା ,ଖ” ଜୋନ ପାଇଁ କୃଷ୍ଣ ନାଣାକା ଜିଲ୍ଲା ପରିଷଦ ପ୍ରାଥୀ ଭାବେ ଦଳ ନିସ୍ପତି ନେଇ ପ୍ରଚାର କରିଥିବା ବେଳେ ବିଜେପି ପକ୍ଷରୁ କ” ଜୋନ୍ ପାଇଁ ଶୁଶ୍ରି ରିତା ହିକକା ଓ ଖ” ଜୋନ୍ ପାଇଁ ଗୈତମ୍ ଉଲାକା ଙ୍କ ଗୋଷ୍ଠୀ ମଧ୍ୟରେ ଯୋରସୋର ପ୍ରଚାର ଚଲାଇ ଥିବା ହାଟମୁନିଗୁଡା ସାପ୍ତାହିକ ହାଟରେ ଦେଖିବାକୁ ମିଳିଛି। ଜିଲ୍ଲା ପରିଷଧ ପ୍ରାର୍ଥୀ ହାତେଇବା ପାଇଁ ବିଜେଡି ଦଳ ପ୍ରତ୍ୟକ ପଞ୍ଚାୟତର ଗାଁ ଗହଳି ପେଯ୍ୟନ୍ତ ପହଞ୍ଚି ଭଟର ଙ୍କ ନିକଟରେ ଭୋଟ ଭିକ୍ଷା କରୁଥିବା ବେଳେ ବିଜେପି ଓ କଗ୍ରେସ ମଧ୍ୟ ପ୍ରଚାର କରୁଥିବା ଦେଖି ବାକୁ ମିଳିଛି। କଗ୍ରେସ ମଧ୍ୟ ଭୋଟ ପାଇଁ ପ୍ରତେକ ଗାଁ ଓ ସାପ୍ତାହିକ ହାଟରେ ବୁଲି ଭୋଟ ଭିକ୍ଷା କରିବା ଦେଖି ବାକୁ ମିଳିଛି। ବିଷମ କଟକ ବ୍ଲକରେ ଆସନ୍ତା ୧୬ ତାରିଖରେ ଭୋଟ ମତଦାନ ରହିଛି । ତେବେ କାହା ମୁଣ୍ଡରେ ସୁନାର ମୁକୁଟ ମହାପ୍ରଭୁ ପିନ୍ଧାଇ ବେ ତାହା ଏବେ ଦେଖି ବାକୁ ବାକିରହିଲା।