ବ୍ରହ୍ମପୁର ମଣ୍ଡଳ କାରାଗାର ସହକାରୀ ଜେଲର୍ ରାଷ୍ଟ୍ରପତି ପଦକ ପାଇଲେ

16

ବ୍ରହ୍ମପୁର,୧୯/୮(ରାଜେଶ ରଣା ): ବ୍ରହ୍ମପୁର ମଣ୍ଡଳ କାରାଗାର ସହକାରୀ ଜେଲର୍ କାମାକ୍ଷା ପ୍ରସାଦ ପତିଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ କରିଛନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ।73 ତମ ସ୍ୱାଧୀନତା ଦିବସ ଅବସରରେ ଭୁବନେଶ୍ୱରସ୍ଥିତ ଜୟଦେବ ଭବନ ପରିସରରେ ଅନୁଷ୍ଠିତ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା ପ୍ରଦତ୍ତ କରି ସଂସ୍ଥାର ପଦକ ସହ ରାଜ୍ୟ ସରକାରଙ୍କ ତରଫରୁ ପାଞ୍ଚ ହଜାର ଟଙ୍କାର ଚେକ ପ୍ରଦାନ କରିଥିଲେ । ପ୍ରକାଶ ଥାଉକି ସହକାରୀ ଜେଲର୍ ଶ୍ରୀ ପତି ରାଜ୍ୟର ବିଭିନ୍ନ କାରାଗାରରେ କାର୍ଯ୍ୟକରୀ ବହୁ ସଂସ୍କାର ମୂଳକ କାର୍ଯ୍ୟ ହାତକୁ ନେଇଛନ୍ତି । ଜେଲର୍ ବିଶେଷ କରିକାରାଗାର ଅବା ଜେଲ୍ ର ଅନ୍ତେ ବାସିଙ୍କ ଶିକ୍ଷା ଓ ଥଇଥାନ ଦିଗରେ ସେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ତାଙ୍କୁ ଏହି ପଦକ ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ସୁପାରିଶ କରାଯାଇଥିଲା । ଗତ ସ୍ଵାଧୀନତ ଦିବସ ଅବସରରେ ରାଷ୍ଟ୍ରପତି ପଦକ ନିମନ୍ତେ ତାଙ୍କ ନାମ ଘୋଷଣା ହୋଇଥିଲା । ପ୍ରଶଂସନୀୟ ସେବା ଓ କର୍ତ୍ତବ୍ୟ ନିଷ୍ଠାର ସ୍ୱୀକୃତି ସ୍ୱ ରୂପ ରାଷ୍ଟ୍ରପତି ପଦକ ପାଇଥିବାରୁ ଶ୍ରୀ ପତିଙ୍କୁ ଏହି ଏହି ଅବସରରେ ମଣ୍ଡଳ କାରାଗାର ଅଧିକ୍ଷକ ଆଶିଷ ସିହନ୍ନା, ଜେଲର୍ ଶଶିକାନ୍ତ ମହାଳିକ ,ମଣ୍ଡଳ ଅଧିକାରୀ ବିଜୟ ଚନ୍ଦ୍ର ରଥ ,ସହକାରି ଜେଲର୍ ସନ୍ତୋଷ ବାରିକ ଙ୍କ ସମେତ ସମସ୍ତ କର୍ମଚାରୀ ଅଭିନନ୍ଦନ ଜଣାଇଛନ୍ତି ।