
ବେଲଗୁଣ୍ଠା, ୦୯/୦୨/୨୨ (ଜିଲ୍ଲା ଖବର ) : ବେଲଗୁଣ୍ଠା ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଦ୍ୱିତୀୟ ପର୍ଯ୍ୟାୟ ସ୍ଵତନ୍ତ୍ର କୋଭିଡ ଟୀକାଦାନ ଶିବିର ଆୟୋଜିତ ହୋଇଯାଇଛି I

ଟିକା ଦାନ ଶିବିରଟି ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍ ଏଣ୍ଡ ଗାଇଡସ୍ ର ରେଞ୍ଜରସ୍ ଲିଡର୍ ଇତିଶ୍ରୀ ସାମନ୍ତ ଏବଂ ରେଞ୍ଜରସ୍ ଙ୍କ ଦ୍ୱାରା ପରିଚାଳିତ ହୋଇଥିଲା I
କାର୍ଯ୍ୟକ୍ରମରେ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟକର୍ମୀ ଜଗନ୍ନାଥ ଖଡଗରାୟ,ମାନସୀ ଦାସ, ଡିଇଓ ପିଙ୍କି ପ୍ରଧାନ ଏବଂ ସ୍ମୃତିରଞ୍ଜନ ପରିଡ଼ା ପ୍ରମୁଖ ଟୀକାକରଣ କରିଥିଲେ I

ଓଡ଼ିଆ ବିଭାଗ ଅଧ୍ୟାପିକା ଗିତାଞ୍ଜଳୀ ଗୁରୁ ପିଲାଙ୍କ ଉପସ୍ଥାନ ସହଯୋଗ କରିଥିଲେ I କାର୍ଯ୍ୟକ୍ରମକୁ ଅଧ୍ୟକ୍ଷା ଡ଼କ୍ଟର୍ ସଂଯୁକ୍ତା ପଣ୍ଡା ତଦାରଖ କରିଥିଲେ I

ପ୍ରକାଶ ଥାଉକି ଅନୁଷ୍ଠାନରେ ପ୍ରଥମ ପର୍ଯ୍ୟାୟ ଟୀକାକରଣ ଗତ ଜାନୁୟାରୀ ୧୦ ତାରିଖରେ ଅନୁଷ୍ଠିତ ହୋଇଥିଲା I

ଶିବରାମ ଚୌଧୁରୀ ଙ୍କ ରିପୋର୍ଟ ଜିଲ୍ଲା ଖବର ।



