
ବିଷମ କଟକ , ୦୯/୦୨/୨୨ (ଜିଲ୍ଲା ଖବର) : ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ ଚାଟିକଣା ସାପ୍ତାହିକ ହାଟରେ ପଞ୍ଚାୟତରେ ବିଜେଡି ଓ କଗ୍ରେସ ଦଳର ପ୍ରଚାର ଜରସରରେ ଚାଲିଛି। ବିରଳ ଜନଜାତି ଡଙ୍ଗରିଆ କନ୍ଧ ଭଟ ହାତେଇବା ପାଇଁ ଚାଟିକଣା ସାପ୍ତାହିକ ହାଟରେ ଦୁଇ ଗୋଷ୍ଠୀ ମଧ୍ୟରେ ଘାମାଘାଟ ପ୍ରଚାର ଚାଲିଛି।

ବିଜେଡି ଦଳର “କ” ଜନ ର ଜିଲ୍ଲା ପରିଷଧ ସୁଜାତା କାଡ୍ରାକା ଙ୍କ ପାଇଁ ବିଜେଡି ର ବରିଷ୍ଠ ନେତା ସୁଧୀର କୁମାର ଦାସ, ଶିବା ଯେସିଟି, ଦେବି ପଟ୍ଟନାୟକ, ନାନୁ ପଣ୍ଡା, ସମେତ ବରିଷ୍ଠ ବିଜେଡି ନେତା ମାନେ ରହି ଭୋଟ ପାଇଁ ପ୍ରଚାର କରୁଥିବା ବେଳେ କଗ୍ରେସ ପକ୍ଷରୁ କ” ଜୋନ ପାଇଁ ଶ୍ରୀ ମତି ଗୀତା କୃଷିକା ଙ୍କ ପାଇଁ ବିଧାୟକ ପ୍ରାଥୀ ନିଳମାଧବ ହିକକା, ରାମ ଦାସ ଟା କ୍ରୀ ବିଜୟ ପଟ୍ଟନାୟକ, ଟିବୁ କୁସୁଲିଆ ସମେତ ଅନ୍ୟାନ୍ୟ କଗ୍ରେସ କର୍ମୀ ମାନେ ହାଟ ରେ ଚାଲି ଚାଲି ଭୋଟ ପାଇଁ ପ୍ରଚାର କରିବା ଦେଖିବାକୁ ମିଳିଥିଲା।
ବିଜେଡି ଗଡରେ କଗ୍ରେସ ଆସନ ପାଇଁ କଗ୍ରେସ ତାଙ୍କ ର ରଣ ନିତି ଯୋରସୋର ଚଳାଇଥିବା ବେଳେ ବିଜେଡି ର ବରିଷ୍ଠ ନେତା ମାନେ ମଧ୍ୟ ତାଙ୍କ ର ଆସନ ପାଇଁ ପ୍ରଚାର ଯୋର ସୋର ଚଲାଇ ଛନ୍ତି।

ବିଜେଡି ଦଳର ମୁଖିଆ ତଥା ଓଡିଶାର ସୁପ୍ରିମ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ର ବାର୍ତ୍ତାକୁ ଲୋକଙ୍କ ପାଖରେ ପହଞ୍ଚାଉ ଥିବା ବେଳେ କଗ୍ରେସ ମଧ୍ୟ କଗ୍ରେସର ପୂର୍ବରୁ କରାଯାଇଥିବା କାର୍ଯ୍ୟର ବାର୍ତ୍ତା ଜନସାଧାରଣ ମାନଙ୍କ ପାଖରେ ପହଞ୍ଚିବା ନେଇ ବିରଳ ଜନଜାତି ଙ୍କୁ ଭଟ ଭିକ୍ଷା କରୁଛନ୍ତି।ଗତ ପଞ୍ଚାୟତ ନିର୍ଵାଚନରେ ବିଷମ କଟକ ବ୍ଲକର ଦୁଇଟି ଜିଲ୍ଲା ପରିଷଧ ଜନ ରେ ବିଜେଡି ଦଳକୁ ନିରାଶ ହେବା କୁ ପଡି ଥିଲେ । ତେଣୁ ବିଜେଡି ଦଳ ନିଜ ଦଳୀୟ କର୍ମୀଙ୍କୁ ମଜବୁତ କରିବା ପାଇଁ ଚେଷ୍ଟା ଚଲାଇ ଛନ୍ତି। ଦୁଇଟି ଜନର ଜିଲ୍ଲା ପରିଷଧ ପ୍ରାର୍ଥୀ ଙ୍କୁ ନେଇ ପ୍ରଚାର ମୋଇଦାନ କୁ ଆଲ୍ହାଇ ଛି । ହାଟ ମୁନିଗୁଡା ପଞ୍ଚାୟତର ଗତ ନିର୍ବାଚନ ରେ ସରପଞ୍ଚ ପ୍ରାର୍ଥୀ ରେ ବିଜୟ ଲାଭ କରିଥିବା ସୁଜାତା କାଡ୍ରାକା ଙ୍କୁ “କ” ଜନ ର ଜିଲ୍ଲା ପରିଷଧ ପ୍ରାର୍ଥୀ ହୋଇ ଥିବା ବେଳେ ଗତ ନିର୍ବାଚନରେ ସମିତି ଅଧ୍ୟକ୍ଷ ରେ ବିଜୟ ଲାଭ କରିଥିବା ବିଜୟ ଶାନ୍ତି କୁମ୍ବୁରୁକାଙ୍କୁ “ଖ” ଜନ ର ଜିଲ୍ଲା ପରିଷଧ ପ୍ରାର୍ଥୀ ଭାବେ ବିଜେଡି ଦଳ ନିଷ୍ପତି ନେଇଛି। ସେହିପରି କଗ୍ରେସ ତରଫରୁ କ” ଜୋନ ପାଇଁ ଶ୍ରୀ ମତି ଗୀତା କୃଷି କା ,ଖ” ଜୋନ ପାଇଁ କୃଷ୍ଣ ନାଣାକା ଜିଲ୍ଲା ପରିଷଦ ପ୍ରାଥୀ ଭାବେ ଦଳ ନିସ୍ପତି ନେଇ ପ୍ରଚାର ଦୁଇ ଗୋଷ୍ଠୀ ମଧ୍ୟରେ ଯୋରସୋର ଚଲାଇ ଛନ୍ତି।

ଜିଲ୍ଲା ପରିଷଧ ପ୍ରାର୍ଥୀ ହାତେଇବା ପାଇଁ ବଜେଡି ଦଳ ପ୍ରତ୍ୟକ ପଞ୍ଚାୟତର ଗାଁ ଗହିଲି ପେଯ୍ୟନ୍ତ ପହଞ୍ଚି ଭଟର ଙ୍କ ନିକଟରେ ଭୋଟ ଭିକ୍ଷା କରୁଥିବା ଦେଖି ବାକୁ ମିଳିଥିବା ବେଳେ କଗ୍ରେସ ମଧ୍ୟ ଭୋଟ ପାଇଁ ପ୍ରତେକ ଗାଁ ଓ ସାପ୍ତାହିକ ହାଟରେ ବୁଲି ଭୋଟ ଭିକ୍ଷା କରିବା ଦେଖି ବାକୁ ମିଳିଛି। ରାଜ୍ୟ ସରକାରଙ୍କ ଜନ କଲ୍ୟାଣ କାର୍ଯ୍ୟକୁ ନେଉ ଲୋକଙ୍କୁ ବୁଝାଇ ଭୋଟ ପାଇଁ ନିବେଦନ କରିଛନ୍ତି ବିଜେଡି କୋଳେବଳେ କୌଶଳେ ବିଷମ କଟକ ବ୍ଲକର ଦୁଇଟି ଜିଲ୍ଲା ପରିଷଧ ଆସନ ହାତେଇବା ପାଇଁ ବଜେଡି ଦଳର ନେତା କର୍ମୀ ଜରସରରେ ପ୍ରୟାସ ଚଳାଇଥିବା ବେଳେ କଗ୍ରେସ ମଧ୍ୟ ଦୁଇଟି ଆଶନ ପାଇଁ ଜରସୋର ପ୍ରୟାସ ଜାରିରଖି ଛନ୍ତି।

ବିଷମ କଟକ ବ୍ଲକରେ ଆସନ୍ତା ୧୬ ତାରିଖରେ ଭୋଟ ମତଦାନ ରହିଛି । ତେବେ ବିଜେଡିର ଏହି ସଂଘର୍ଷ କେତେ ସଫଳତା ହେଉଛି ତାହା ନିର୍ବାଚନର ଫଳାଫଳ ରେ ଜଣା ପଡିବ ।


